ପୁଣି ଚର୍ଚ୍ଚାରେ ଧୁରନ୍ଧର ଷ୍ଟାର ରଣବୀର ସିଂହ । ଧୁରନ୍ଧର ଫିଲ୍ମ ପରେ ଡନ୍ ଫ୍ରାଞ୍ଚାଇଜ ଫିଲ୍ମ ଛାଡିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ । ରଣବୀର ନୂଆ ବିଳାସପୂର୍ଣ୍ଣ କାର୍ କିଣିଛନ୍ତି । ଗାଡ଼ି ଚଲାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଫିଲ୍ମ ଡନ୍ ୩ ବିବାଦ ପରେ ରଣବୀର ସିଂହ ଫେରାରି 296 GTB କାର୍ କିଣିଛନ୍ତି । ଯାହାର ଦାମ୍ ୬.୩୬ କୋଟି ବୋଲି ଜଣାପଡିଛି । ଚକଚକ୍ କରୁଥିବା କଳା ରଙ୍ଗର କାର୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ମୁମ୍ବାଇ ସଡ଼କରେ ନୂଆ ଗାଡ଼ି ଚଲାଉଥିବା ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଫେରାରି 296 GTB କାର୍ ରଣବୀରଙ୍କ କାର୍ କଲେକସନ ମଧ୍ୟରେ ସବୁଠାରୁ ମହଙ୍ଗା କାର୍ ମଧ୍ୟରେ ଅନ୍ୟତମ । ତାଙ୍କ ଗ୍ୟାରେଜରେ ନୂଆ କଳା ଫେରାରୀ ବ୍ୟତୀତ ଏଷ୍ଟନ ମାର୍ଟିନ ରାପିଡ୍ ଏସ୍, ଲାମ୍ବୋର୍ଗିନୀ ଉରୁସ ଏବଂ ମର୍ସିଡିଜ ମେବ୍ୟାକ୍ ଭଳି ବିଳାସପୂର୍ଣ୍ଣ ଗାଡ଼ି ସାମିଲ ରହିଚି ।
ସୂଚନାଯୋଗ୍ୟ, ରଣବୀର ଗତ କିଛିଦିନରୁ ଡନ୍ ୩ କୁ ନେଇ ବିବାଦରେ ରହିଛନ୍ତି । ୨୦୨୩ରେ ରଣବୀର ସିଂହ ଆକ୍ସନ-ଥ୍ରୀଲର ଫ୍ରାଞ୍ଚାଇଜ ପାଇଁ ଘୋଷଣା କରିଥିଲେ । ଫିଲ୍ମକୁ ଫରହାନ ଅଖତର ନିର୍ଦ୍ଦେଶନା ଦେଉଛନ୍ତି । କିନ୍ତୁ ଏବେ ରଣବୀର ଫିଲ୍ମ କରିବାକୁ ମନା କରିଛନ୍ତି । ମେକର୍ସ ଅଭିଯୋଗ କରିଛନ୍ତି କି, ରଣବୀର ଫିଲ୍ମ ଛାଡିବା ଯୋଗୁଁ ପ୍ରାଜେକ୍ଟରେ ପ୍ରାୟ ୪୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ।
ରଣବୀରଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଧୁରନ୍ଧର’ରେ ଦେଖିବାକୁ ମିଳିଥିଲା । ଆଦିତ୍ୟଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ବକ୍ସ ଅଫିସରେ ବେଶ୍ କମାଲ୍ ଆୟ କରିଥିଲା । ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଥିଲା ଧୁରନ୍ଧର ।

