ତିହିଡି- ଚଳିତ କୃଷି ବର୍ଷରେ ଲଗାତର ବାତ୍ଯା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା, ଚାନ୍ଦବାଲି ବ୍ଲକରେ ବାତ୍ୟା ଅକୱାନ ଜନିତ ବର୍ଷା ଯୋଗୁଁ ଚାଷଜମିରେ ଜମିଥିବା ପାଣି ନିଷ୍କାସନ କରିବା, ଚାନ୍ଦବାଲି ବ୍ଲକରେ ବନ୍ୟା ପ୍ରପୀଡିତ ଚାଷଜମି ଏକର ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ, ଭୋଟଚୋର ଜ୍ଞାନେଶ କୁମାର କୁ ଗିରଫ କରିବା, ସମ୍ବିଧାନ ବିରୋଧୀ ଏସ୍ ଆଇ ଆର ବାତିଲ କରିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି ନେଇ ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ କମିଟି ପକ୍ଷରୁ ଚାନ୍ଦବାଲି ସ୍ଥିତ ସହୀଦ ଭଗତ ସିଂ ପାଠାଗାର ଠାରୁ ଏକ ଶୋଭାଯାତ୍ରା ବାହାରି ଚାନ୍ଦବାଲି ସହର ପରିକ୍ରମା କରି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସ୍ଥଳରୁ ୭ ଦଫା ସମ୍ବଳିତ ଦାବିପତ୍ର ଚାନ୍ଦବାଲି ତହସିଲଦାର ଗ୍ରହଣ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଚାନ୍ଦବାଲି ବ୍ଲକ ସଭାପତି ଗୌରାଙ୍ଗ ଯେନା, ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଶ୍ରମିକ ନେତା ମଳୟ ଭୋଇ, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଚାନ୍ଦବାଲି ବ୍ଲକ ସଭାପତି ଘନଶ୍ୟାମ ଦାସ, ଚାଷୀ ନେତା ପ୍ରତାପ ମହାଳିକ,ସନାତନ ଜେନା, ଶଙ୍କର୍ଷଣ ବିଶ୍ବାଳ, ଫକୀର ସ୍ୱାଇଁ, ଅକ୍ଷୟ ସେଠୀ, ବଂଶୀଧର ରାଉତ ଯୁବନେତା ଆଲୋକ ସ୍ୱାଇଁ ପ୍ରମୁଖ ଯୋଗଦେଇ ତୁରନ୍ତ ଦାବି ପୂରଣ କରିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ନିବେଦନ କରିଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

