ସୋର: କାର୍ତ୍ତିକ ପୂର୍ଣ୍ଣମୀରେ ୧୬୦ ଫୁଟର ଡଙ୍ଗା । ସୋର ବ୍ଲକ ମାଣତ୍ରୀରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା । ପୋଖରୀରେ ଭସାଗଲା ୧୬୦ ଫୁଟ୍ ବିଶାଳ ଡଙ୍ଗା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଦନ ମୋହନ ଜୀଉ କମିଟି ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା ।
ଓଡ଼ିଆ ପରମ୍ପରା ଓ ଐତିହ୍ୟର ଏକ ଅନନ୍ୟ ପରିଚୟ ହେଉଛି ଡଙ୍ଗା ଭସା । ପ୍ରତିବର୍ଷ ମଦନ ମୋହନ ଜୀଉ କମିଟି ପକ୍ଷରୁ ଏହି ନିଆରା ଆୟୋଜନ କରାଯାଇଥାଏ । ପରମ୍ପରାକୁ ବଞ୍ଚାଇ ରଖିବା ସହ ଆଗାମୀ ପିଢ଼ିକୁ ଓଡ଼ିଆ ସଂସ୍କୃତିର ପରିଚୟ ଦେବାର ଏହି ପ୍ରୟାସ ପ୍ରଶଂସନୀୟ ।

