ସମ୍ବଲପୁର : ଧନୁପାଲି ପୋଲିସକୁ ସଫଳତା । ସମ୍ବଲପୁରର ଏକ ହୋଟେଲରୁ ୫ଜଣ ସୁନା ଚୋର ଧନୁପାଲି ପୋଲିସ ଦ୍ୱାରା ଗିରଫ । ମିଳିଥିବା ସୂଚନା ଅନୁସାରେ ଛତିଶଗଡ ରାଜ୍ୟର କୋରବା ଜ଼ିଲ୍ଲାର ଏକ ସୁନା ଦୋକାନରୁ ୫ଜଣ ପୁରୁଷ ଓ ମହିଳା ସୁନା ଦେଖିବା ପାଇଁ ଯାଇଥିଲେ । ଦୋକାନ ଯେମିତି ଭିଡ ହୋଇଥିଲା ଏମାନେ ଚଞ୍ଚକତା କରି ଦୁଇଟି ସୁନା ଚେନ ଓ ଗୋଟିଏ ଲୋକେଟ ଚୋରି କରି ସେଠାରୁ ଖସି ଆସିଥିଲେ ।
ଚୋରମାନେ ଆଉ କୋରବାରେ ନରହି ସମ୍ବଲପୁର ଚାଲି ଆସିଥିଲେ । ଘଟଣା ଜଣା ପଡିବା ପରେ କୋରବା ପୋଲିସ ଏହାର ତଦନ୍ତ କରି ସମ୍ବଲପୁର ପହଞ୍ଚିଥିଲା । ଧନୁପାଲି ପୋଲିସ ସହାୟତାରେ ୫ଜଣ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ପରେ ସେମାନଙ୍କୁ କୋରବା ପୋଲିସକୁ ହସ୍ତାନ୍ତର କରିଥିଲା । ଏମାନଙ୍କ ନିକଟରୁ ୫ଟି ଚୋରି ସୁନା ଚେନ, ୨ ମୁଦି, ୫ଟି ମୋବାଇଲ ଏବଂ ନଗଦ ୧୨ ହଜ଼ାର ଟଙ୍କା ଜବତ କରିଛି ପୋଲିସ ।

