ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍। ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । କେମିତି ଅପହରଣ କରିଥିଲେ? କାହିଁକି ଅପହରଣ କଲେ ଏବଂ କେମିତି ହତ୍ୟା କଲେ? ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ମାମଲାରେ ଗିରଫ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ୫ ଅଭିଯୁକ୍ତ ହେଲେ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ର । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅନେକ ତଥ୍ୟ ପାଇଛି ପୋଲିସ । ଗୋପାଳପୁର ଥାନାରେ ସେମାନଙ୍କୁ ରଖି ପୋଲିସର ବରିଷ୍ଠ ଅଧିକାରୀ ମାନେ ମାରାଥନ ଜେରା କରୁଛନ୍ତି । ସେପଟେ ହତ୍ୟାକାଣ୍ଡ ପଛରେ ଝିଆରୀର ପ୍ରେମ ସମ୍ପର୍କ ପ୍ରସଙ୍ଗ ସାମ୍ନାକୁ ଆସିଛି ।
ଶନିବାର ସୂଚନାନୁଯାୟୀ, ସାମ୍ନାକୁ ଆସିବ ବୋଲି କୁହାଯାଇଥିଲା ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ହତ୍ୟା ପଛର ପ୍ରକୃତ ଉଦ୍ଦେଶ୍ୟ । ତିନି ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ ।

