କୋଣାର୍କ: ଚନ୍ଦ୍ରଭାଗାଠାରୁ ୪୦ କିଲୋମିଟର ଦୂର ସମୁଦ୍ର ଭିତରେ ଡ୍ରିଲିଂ । ଖଣିଜ ଓ ପ୍ରାକୃତିକ ସମ୍ପଦର ସନ୍ଧାନକୁ ନେଇ ବଢ଼ିଲା ଚର୍ଚ୍ଚା । ପୁରୀ ଜିଲ୍ଲାର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସମୁଦ୍ରକୂଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ସମୁଦ୍ରରେ ଆରମ୍ଭ ହୋଇଛି ଏହି ଡ୍ରିଲିଂ କାର୍ଯ୍ୟ । ଏହାର ଉଦ୍ଦେଶ୍ୟ ଓ ସମ୍ଭାବ୍ୟ ପ୍ରଭାବକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗଭୀର ସମୁଦ୍ର ଭିତରେ ଏଭଳି କାର୍ଯ୍ୟ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି, ବିଶେଷଜ୍ଞ ଓ ଉନ୍ନତ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଛି । ଆକାଶ ମାର୍ଗରୁ ବିଶେଷଜ୍ଞ ମାନେ ପହଞ୍ଚି କରୁଛନ୍ତି ତଦନ୍ତ । ସମୁଦ୍ର ଗର୍ଭରେ ଡ୍ରିଲିଂ କରିବା ପଛରେ ଭୂତାତ୍ତ୍ୱିକ ଅନୁସନ୍ଧାନ, ଭୂଗର୍ଭସ୍ଥ ସ୍ତରର ଗଠନ ସମ୍ପର୍କରେ ତଥ୍ୟ ଜାଣିବା ସହ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଳି ସମ୍ପଦ ଥିବା ସୂଚନା ମିଳିଥିବା କୁହାଯାଉଛି ।

