ତିହିଡି, ୦୨.୦୨ : ପ୍ରତି ବର୍ଷ ପରି ଚଳିତ ବର୍ଷ ଭଦ୍ରକ ଜିଲ୍ଲା ଗର୍ବ ଓ ଗୌରବ ତିହିଡି ମହୋତ୍ସବ ଶ୍ୟାମାକ୍ଲବ ତିହିଡ଼ି ଓ ରାଜ୍ୟ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ପାଳିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଶ୍ୟାମାକ୍ଲବ ପ୍ରାଙ୍ଗଣରେ ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ନିରଞ୍ଜନ ବାରିକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ତିହିଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ଅଗ୍ନିଶମ ବିଭାଗର ଅଧିକାରୀ ସୁବାସ ରାଉତ, କଂଗ୍ରେସ ନେତା ସରୋଜ ଦାସ, ବିଜେଡି ନେତା ସୁରେନ୍ଦ୍ର ନାୟକ, ବିଜେପି ନେତା ରଘୁନାଥ ପାତ୍ର, ପ୍ରଦୀପ ବଳ, ସୀତାକାନ୍ତ ନାୟକ, ପ୍ରତାପ ଜେନା, ମହୋତ୍ସବ କମିଟିର ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ଼. ଲକ୍ଷ୍ମୀଧର ତ୍ରିପାଠୀ, ଧୀରେନ୍ଦ୍ର ରେନ୍ଦ୍ର ସାହୁ, ଅମୂଲ୍ୟ ସେନାପତି, ମନୋଜ ପାଣିଗ୍ରାହୀ, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ଗିରିଜା ରମଣ ଜେନା ଓ ପ୍ରଭାତ ଜେନାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ମହୋତ୍ସବ ପୂର୍ବବର୍ଷ ମାନଙ୍କ ଠାରୁ କିପରି ଅଧିକ ସରସ ସୁନ୍ଦର କରିହେବ ସେଥିନେଇ କମିଟି ଆଶାବ୍ୟକ୍ତ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ତିହିଡି ମହୋତ୍ସବ ଆସନ୍ତା ୮ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓ ଏଥିରେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଇବାରେ ପ୍ରଶାସନ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

