ତିହିଡି, ୦୨.୦୨ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆ ଗ୍ରାମର ବିରଞ୍ôଚ ନାରାୟଣଙ୍କ ପୀଠରେ ପବିତ୍ର ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇ ଯାଇଛି । ଏହା ୫ ଦିନ ଧରି ଚାଲିବ । ଏହି ପୀଠଟି ସର୍ବପୂରାତନ ଅର୍କକ୍ଷେତ୍ର ଏବଂ ସୂର୍ଯ୍ୟ ପୂଜା ପାଇଥାନ୍ତି । ଏହା ଚର୍ତୁମୁଖୀ ବ୍ରହ୍ମା ମନ୍ଦିର ଭାବେ ପରିଚିତ । ଅଗ୍ନିତ୍ସୋବ ପରଦିନ ଏଠାରେ ଗୁଣ୍ଡୁଣୀ ମେଳା ପାଳନ କରାଯାଇଥାଏ । କୁହାଯାଏ, ଏହି ସ୍ଥାନରେ ଏକ ପ୍ରାଚୀନ ବନ୍ଦର ଥିଲା ଯାହାର ନାମ ଗୁଣ୍ଡୁଣି ବର୍ଣ୍ଣିତ ରହିଛି । ସେହି ତଥ୍ୟକୁ ଆଧାର କରି ପାରମ୍ପାରିକ ଋତିରେ ଏଠାରେ ପାଳିତ ହୋଇ ଆସୁଅଛି ଗୁଣ୍ଡୁଣୀ ମେଳା ।

ଅର୍କକ୍ଷେତ୍ର ଭାବେ କୋଣାର୍କକୁ ନିଆଗଲେ ଦେଖାଯାଏ ତାହା ୧୩ଶ ଶତାଦ୍ଧିରେ କିନ୍ତୁ ବିରଞ୍ôଚନାରାୟଣ ମନ୍ଦିର ୯ମ ଶତାଦ୍ଧିରେ ନିର୍ମାଣ କରାଯାଇଥିବା ଐତିହାସିକ ତଥ୍ୟ ରହିଛି । ଐତିହ୍ୟ ଓ ପରମ୍ପରାର ଗାଥା ବହନ କରିଛି ବିରଞ୍ôଚନାରାୟଣ ପୀଠରେ ଗୁଣ୍ଡୁଣୀ ମେଳା । ଶ୍ରୀପଞ୍ଚମୀ ପରଦିନ ପ୍ରଭୁଙ୍କର ଚୂଳ ଚଢା ପର୍ବ ପାଳନ ସହ ବଡସିଂହାର ବେଶ କରାଯାଇଥାଏ । ସେବେଠାରୁ ମନୋହରି ଭୋଗ ଲାଗିଥାଏ । ଗୁଣ୍ଡୁଣୀ ମେଳାରେ ପ୍ରଭୁ ବିରଞ୍ôଚ ନାରାୟଣ ବଡସିଂହାର ବେଶରେ ବିଭୂଷିତ ହୋଇଥାନ୍ତି, ଯାହାଙ୍କୁ ଦର୍ଶନ କରିବା ପାଇଁ ବଡ଼ି ଭୋରୁ ଶହଶହ ଶ୍ରଦ୍ଧାଳୁ ମନ୍ଦିର ଭିଡ଼ ଜମାଇଥାନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ଭକ୍ତମାନେ ଫୁଲଛତା ମାନସିକ କରି କୋଷ୍ଠ ଓ ଛଉପରି ରୋଗରୁ ମୁକ୍ତ ହୋଇଥାନ୍ତି । ଏହି ମେଳାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ମାନସିକ ରଖିଥିବା ଫୁଲ ଛତା ସମର୍ପଣ କରିଥାନ୍ତି । ପୂରାଣ କାହାଣୀ ଅନୁସାରେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାକୁ ଆସି ପୂର୍ବରୁ ଥିବା ଏଠାରେ ଥିବା ସମୂଦ୍ର କୂଳରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ହୋଇଥିଲେ । ଚୂଳଚଢା ପର୍ବରେ ଉପାସନ କରି ଗୁଣ୍ଡୁଣୀ ମେଳା ଦିନ ଫେରିଥିଲେ । ଏଣୁ କୌଣସି ଲୋକର ଚର୍ମ ରୋଗ ହେଲେ ଲୋକେ ବିରଞ୍ôଚନାରୟଣଙ୍କ ଉଦ୍ଦେଶ୍ୟରେ ଫୁଲଛତା ମାନସିକ କରିଥାନ୍ତି ବୋଲି ଏଠାକାର ଏକ ବିଶ୍ୱାସ ଆଜି ସୁଦ୍ଧା ରହିଆସିଛି । ଐତିହାସିକମାନେ ଏହାକୁ ସୂର୍ଯ୍ୟ ଉପାସନ କ୍ଷେତ୍ର ବୋଲି ଚିହ୍ନିତ କରିଥାନ୍ତି । ମନ୍ଦିର ବେଢାର ଲମ୍ବ ୨୪୦ ଫୁଟ୍ ହୋଇଥିବା ବେଳେ ପାଚେରୀର ଉଚ୍ଚତା ୮ ଫୁଟ୍ ଥିବା ବେଳେ ଉସାର ପ୍ରାୟ ୫ ଫୁଟ୍ । ଚାରି ପାଖରେ ୧୬ଟି ଚକ ଲାଗିଛି । ପୂରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିରକୁ ବାଦ୍ ଦେଲେ ଏଭଳି ବେଢା କେଉଁଠାରେ ଦେଖାଯାଏନାହିଁ । ଏହି ମନ୍ଦିରରେ ଚାରୋଟି ଦ୍ୱାରଦେଶ ରହିଛି । ମନ୍ଦିରର ପୂର୍ଣ୍ଣବିନ୍ୟାଶ ତଥା ପର୍ଯ୍ୟଟନ ଭିତ୍ତିିଭୂମିର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବହୁ ପ୍ରକଳ୍ପ ହାତକୁ ନେଇଥିବା ମନ୍ଦିରର ମେନେଜିଙ୍ଗ୍ ଟ୍ରଷ୍ଟି ମୁଖ୍ୟ ସୁଧନ୍ୱା ନାୟକ ସୂଚନା ଦେଇଛନ୍ତି । ଏହି ଅବସରରେ ଏକ ବିଶାଳ ମେଳା ଅନୁଷ୍ଠିତ ହୋଇଛି । ମୁଖ୍ୟ ପୂଜକ ଅକ୍ଷୟ କୁମାର ପଣ୍ଡା, ରବିନାରାଣ ପଣ୍ଡା ଓ ସରୋଜ ପଣ୍ଡା ପ୍ରମଖ ପୂଜାକାର୍ଯ୍ୟ କରୁଥିବା ବେଳେ ମାଳି ସେବାୟତ ବିଜୟ ପାତ୍ର, ସରୋଜ ପାତ୍ର, ବାବାଜୀ ବିଶ୍ୱାଳ, ଚକ୍ରଧର ରାଉତ ଓ ବିକାଶ ମହାପାତ୍ର ପ୍ରମୁଖ ପରିଚାଳନା କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

