ସମ୍ବଲପୁର : ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଲେ ଅଭିଯୁକ୍ତ । ସମ୍ବଲପୁରର ଏକ ହୋଟେଲରେ ଚାଲିଥିଲା ଜୁଆ ଖେଳ । ରୁମ୍ ନମ୍ବର ୧୦୫ରେ ଚାଲିଥିଲା ଜୁଆ ଖେଳ । ପୁଷପୁନି ଅବସରରେ ଜୁଆ ଖେଳ ଚାଲୁଥିବା ବେଳେ ରେଡ୍ କରିଥିଲା ଧନୁପାଲି ପୋଲିସ । ପୋଲିସକୁ ଦେଖି ପାଇଖାନା ଫ୍ଲସରେ ଟଙ୍କା ଫିଙ୍ଗିଦେଲେ ଅଭିଯୁକ୍ତ । ପାଇଖାନା ଫ୍ଲସରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ଘଟଣାରେ ୯ଜଣ ଅଭିଯୁକ୍ତ ଅଟକ ରଖିଛି ଧନୁପାଲି ପୋଲିସ l ଏହି ଜୁଆଖେଳରେ ହୋଟେଲ ମାଲିକଙ୍କ ସମ୍ପୃକ୍ତି ସିଧାସଳଖ ନଥିଲେ ମଧ୍ୟ ନିଶ୍ଚିତ ରୂପେ ରହିଥିବା ପୋଲିସ କହିଛି l ଅନ୍ୟପଟେ ଏ ଘଟଣା ବିଷୟରେ କିଛି ଜାଣି ନାହିଁ ବୋଲି ହୋଟେଲ ମାଲିକ କହିଛନ୍ତି ।

