ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର ‘ଆମେତ ଭାଗ୍ୟବାନ ପିଲାରେ’ ସୃଜନଶୀଳ ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ ଆରୁହା ସ୍ଥିତ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସଂଗଠନର ସଭାପତି ତଥା ଶିକ୍ଷାବିତ୍ ଜୟନ୍ତ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଲୋଚକ ତଥା ଭଦ୍ରକ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଅଭୟ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟିକ ଡ. ଅରୁଣ କୁମାର ପଣ୍ଡା ଯୋଗ ଦେଇ ସାହିତ୍ୟ ମଣିଷର ଅନୁଭରେ ଆସେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁପ୍ରଭା ପାଣି, ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡା, ବରେଣ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ନିରଂଜନ ନାୟକ ଓ ବରିଷ୍ଠ ସାହିତ୍ୟିକ ଉମାକାନ୍ତ ମିଶ୍ର ଯୋଗ ଦେଇ ଛୋଟଛୋଟ ପିଲାମାନଙ୍କୁ ସୃଜନ ମନସ୍କ କରାଇବା ଦିଗରେ ସଂଗଠନର ଆଭିମୁଖ୍ୟ ଓ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସଂଗଠନର ମୁଖପତ୍ର ‘ଆରୋହୀ’ର ଦ୍ୱିତୀୟ ସଂସ୍କରଣକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ଏଥିସହ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦନା ପାଇଁ ସୁସାହିତ୍ୟିକ ଧୀରେନ୍ଦ୍ର ବଳ ଏବଂ ଛାତ୍ରୀ ସୁଶ୍ରୀ ପ୍ରତୀକ୍ଷା ନାୟକଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଙ୍ଗଠନିକ ସମ୍ପାଦକ ସୁବାସ ଚନ୍ଦ୍ର ଦାସ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ କବି ରବିକୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ ଓ ସଂଗଠନ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଛାତ୍ରୀ ବିଷ୍ଣୁପ୍ରିୟା ରାଉଳ ଓ ପ୍ରତୀକ୍ଷା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦୀପଙ୍କର ସୂତାର, ପୁଷ୍ପଲତା ବେହେରା ସ୍ୱାଗତ ନୃତ୍ୟ ଓ ପ୍ରଜ୍ଞାପାରମିତା ପଲାଇ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ଅଧିବେଶନରେ ସାହିତ୍ୟିକ ରବୀନ୍ଦ୍ର କୁମାର ସେନାପତିଙ୍କ ପୌରୋହିତ୍ୟ ଏବଂ ଯୁବ କବି ବିଜୟ ବେହେରାଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କବି ମଥୁରାମୋହନ ବେହେରା, କଳ୍ପତରୁ ସେଠୀ, ନିର୍ମଳ ଦଳେଇ, କୃପାସିନ୍ଧୁ ମହାନ୍ତି, ଦେବକିଶୋର ଦାସ, ଭାସ୍କର ସେଠୀ ଦେବେନ୍ଦ୍ର ବାରିକ, ବଳରାମ ମଲ୍ଲିକ, ଦୈତ୍ୟାରୀ ନାୟକ, କୈଳାସ ବେହେରା, ନିରଂଜନ ବାରିକ, ଗୟାଧର ସେଠୀ, ସଂଜୀବ୍ ବାରିକ୍, ରଂଜୁଲତା ଗାହାଣ, ରଶ୍ମିତା ମହାନ୍ତି, ଉମାକାନ୍ତ ନାୟକ, ମୂରଲୀଧର ଦାସ, ହୃଷିକେଶ ସେନାପତି, ମନୋରଂଜନ ମୁଦୁଲି, ବାଂକବିହାରୀ ମଲ୍ଲିକ, ପରମନ୍ଦ ନାୟକ, ଅଭିମନ୍ୟୁ ଦାସ, ଅନିରୁଦ୍ଧ ବାରିକ, ସରୋଜ ନାୟକ,ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ କବିତାପାଠ କରିଥିଲେ। ସନ୍ତୋଷ କୁମାର ପଣ୍ଡା, ଲଲାଟେନ୍ଦୁ ମହାପାତ୍ର, ଅଭୟ ସେନାପତି, ଦାଉଦଲ୍ଲୀ ସାହାଜୀ, ଅଶୋକ ନାୟକ, ଭାଗିରଥି ବେହେରା, ବାଇଧର ଜେନା, ବୈକୁଣ୍ଠ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ କବି ଆଶୁତୋଷ କରଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

