ଅନୁଗୁଳ : ଦିଲ୍ଲୀର ବାୟୂପ୍ରଦୂଷଣକୁ ଟପିଲା ତାଳଚେର । ୩୩୨AQI ସହ ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ତାଳଚେର । ଉଦବେଗଜନକ ସ୍ଥିତିରେ ତାଳଚେର ବାୟୂପ୍ରଦୂଷଣ ପହଞ୍ଚିବା ପରେ କଟକଣା ଜାରି କଲା ଅନୁଗୁଳ ଜିଲ୍ଲା ପ୍ରଶାସନ ।
ତାଳଚେର ପୌରପାଳିକା ପାଇଁ କଡ଼ା ଗାଇଡଲାଇନ ଜାରି । ତାଳଚେର ପୌରପାଳିକାରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ସନ୍ଧ୍ୟା ୬ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ୧୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । ଗ୍ରାପ ଷ୍ଟେଜ୍ -୨ ଗାଇଡଲାଇନ ଅନୁସାରେ ଅନେକ କଟକଣା ଲାଗୁ ହୋଇଛି । ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, NHAI, MCLକୁ ପରାମର୍ଶ ଦିଆଯାଇଛି ।
ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ କରାଯାଇଛି । ଢ଼ାବା, ହୋଟେଲରେ କୋଇଲା ଜାଳିବା ଉପରେ ରୋକ ଲଗାଯାଇଛି । ତାଳଚେର ସହର ମଧ୍ୟ କୁ ଭାରିଯାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି । ଏନେଇ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଦେଶର ୪ ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ରହିଛି ଓଡ଼ିଶାର ୩ ସହର ।

