ଛତ୍ରପୁର: ସାମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା । ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ପ୍ରଶାସନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କଲା ପ୍ରଶାସନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମଧ୍ୟକୁ ଯିବା ଉପରେ କଟକଣା ଲଗାଯାଇଛି । ଏହାସହ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଛି । ଏଥିସହ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମତ୍ସ୍ୟଜୀବୀ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।
ସମୁଦ୍ର କୂଳ ଏବଂ ଆଖପାଖ ଅଞ୍ଚଳରେ ସାଗର ମିତ୍ର ଜରିଆରେ ମାଇକରେ ପ୍ରଚାର କରି ସଚେତନ କରାଯାଇଛି । ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଆଗାମୀ ଦିନରେ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ । ତେଣୁ ଉପକୂଳବାସୀଙ୍କୁ ପାଣିପାଗ ବିଭାଗ ଓ ପ୍ରଶାସନର ସରକାରୀ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

