ତିହିଡି- ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ସମ୍ମୁଖରେ ପ୍ରସ୍ତାବିତ ମଦ ଦୋକାନ ସ୍ଥାନକୁ ତିବ୍ର ବିରୋଧ କରା ଯାଇଛି। ଉକ୍ତ ଦୋକାନରେ ରାତିଅଧିଆ ମଦ ଗଚ୍ଛିତ କରାଯାଇଛି ଏବଂ ଯେକୌଣସି ମୂହୁର୍ତ୍ତରେ ଖୋଲିବାର ସମ୍ଭାବନା ଥିବା ଜଣା ପଡିବା ପରେ ଆଜି ସଂଧ୍ୟାରେ ହାଇସ୍କୁଲର ପୂରାତନ ଛାତ୍ର ଏବର ଅବିଭାବକ ଏବଂ ଦଳ ବଳ ନିର୍ବିଶେଷରେ ଶତାଧିକ ମହିଳା ଓ ପୁରୁଷ ପ୍ରତିବାଦ ସହ ଶୋଭାଯାତ୍ରା କରି ପ୍ରଶାସନ ଓ ସରକାରଙ୍କୁ ଚେତାବନି ଦେଇଥିଲେ।

ଯଦି ଦୋକାନ ଖୋଲାଯାଏ ତେବେ ସେମାନେ ଆଇନକୁ ହାତକୂ ନେବେ ବୋଲି ଚେତାବନି ଦେଇଥିଲେ। ପ୍ରକାଶ ଥାଉକି, ପୂର୍ବରୁ ୨୦୨୧ ମସିହାରେ ସମାନ ଭାବେ ଦୋକାନ ଖୋଲା ଯିବାକୁ ପ୍ରୟାସ ହୋଇଥିଲେ ମଧ୍ଯ ଘୋର ଜନ ଅସନ୍ତୋଷ ତଥା ଆନ୍ଦୋଳନ ଯୋଗୁଁ ପ୍ରଶାସନ, ସମ୍ପୃକ୍ତ ମଦ ଦୋକାନର ଲାଇସେନ୍ସ ନବୀକରଣ କରିବାର ବନ୍ଦ ଥିଲା। ପରେ ସମ୍ପୃକ୍ତ ମଦ ବ୍ୟବସାୟୀ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ମାତ୍ର ପ୍ରସ୍ତାବିତ ସ୍ଥାନରେ ବିରୋଧ କରିବା ସଙ୍ଗେ ସଙ୍ଗେ ତୀବ୍ର ଆନ୍ଦୋଳନ ହୋଇଥିଲା । ପୁନଃ ସେହି ସ୍ଥାନରେ ମଦ ଦୋକାନ ଖୋଲାଯିବାକୁ ଉଦ୍ୟମ ହେବାର ବିଶେଷ ସୂତ୍ରରୁ ଜାଣିବାକୁ ପାଇ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ, ଓଡିଶା ତଥା ଜିଲ୍ଲାପାଳ, ଭଦ୍ରକ ତଥା ଅବାକରୀ କର୍ତ୍ତୃପକ୍ଷଙ୍କ ନିକଟରେ ବହୁ ସ୍ବାକ୍ଷର ସମ୍ବଳିତ ଅଭିଯୋଗ ପ୍ରଦାନ କରା ଯାଇଥିଲା। ଅବକାରୀ ଓ ଜିଲ୍ଲା ପ୍ରଶାସନ ଲୁଚକାଳି ଖେଳରେ ପୁନଃ ସେହି ଅଭିସୂତ ସମ୍ପୃକ୍ତ ସ୍ଥାନରେ ମଦ ଦୋକାନ ଖୋଲା ଯିବାକୁ ପ୍ରୟାସ ଚାଲିଥିବାର ମଦ ଦୋକାନ ଖୋଲିବା ବିରୁଦ୍ଧରେ ସଂଘଠିତ ହୋଇ ଏପରି ପ୍ରତିବାଦ କରିଥିଲେ। ସବୁଠୁ ବଡ କଥା ହେଉଛି ଭଡା ସୂତ୍ରରେ ଦେଇଥିବା ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିଙ୍କ ଘର ସମ୍ମଖରେ ମହିଳାମାନେ ଅସନ୍ତୋଷ ଝାଡିଥିଲେ। ଏବଂ ପୋଲିସ ହସ୍ତକ୍ଷେପରେ ତାହା ଟଳି ଯାଇଥିଲା। ଏହି ବିକ୍ଷୋଭ ଆନ୍ଦୋଳନରେ ରଞ୍ଜୁ ବଳ, ମାଳତୀ ବାରିକ, ମିନାକ୍ଷୀ ନାୟକ, ଶକୁନ୍ତଳା ନାୟକ, ଆରତୀ ବାରିକ, ସବିତା ପଣ୍ଡା, ଶାନ୍ତିଲତା ଜେନା, ଆରତୀ ରାଉତ, ଅଜୟ ରାଉତ, ସନାତନ ମିଶ୍ର, ଶଶିକାନ୍ତ ନାୟକ, ରାମଚନ୍ଦ୍ର ଦାସ, ମୁକ୍ତିକାନ୍ତ ମହାନ୍ତି, କିର୍ତ୍ତୀମୟ ମିଶ୍ର, ପୁଣ୍ଟୁନୁ ମିଶ୍ର, ଚନ୍ଦ୍ରକାନ୍ତ ସାହୁ, ଅଶୋକ ଜେନା, ଦଗଦୀଶ ବଳ, ବନବିହାରୀ ଜେନା, କମଳାକାନ୍ତ ପରିହାରୀ, ସୂର୍ଯ୍ୟମଣି ନାୟକ, ରବି ଗୋଚ୍ଛାୟତ ଓ ସୁକାନ୍ତ ବଳ ପ୍ରମୁଖ ଶତାଧିକ ଅଞ୍ଚଳବାସୀ ସାମିଲ ହୋଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

