ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ‘କୌନ ବନେଗା କରୋଡପତି’ଶୋ’ର ସିଜିନ୍ ୧୭ ଶେଷ ହୋଇଛି । ଏହି ସିଜିନକୁ ବିଦାୟ ଦେବା ସମୟରେ ବିଗ୍ ବି ତାଙ୍କ ଫ୍ୟାନ୍ସଙ୍କୁ ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ଏଥିସହ ଏହି ଏପିସୋଡରେ କିକୁ ଶାରଦାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଯିଏ ସମସ୍ତଙ୍କୁ ହସାଇଛନ୍ତି । ଏହି ସମୟରେ ଅମିତାଭଙ୍କୁ ଖୁବ୍ ଇମୋସନାଲ ହେଉଥିବାର ଦେଖିବାକୁ ମିଳିଥିଲା । ଏଥିସହ ଅମିତାଭ କହିଛନ୍ତି ଯେ, କିଛି ଏମିତି ମୁହୂର୍ତ୍ତ ଅନୁଭବ କରୁ ଯାହା ପରେ ଫାଇନାଲ ପଏଣ୍ଟରେ ପହଞ୍ଚାଇଦିଏ ।
ବିଗ୍ ବି ଭାବପ୍ରବଣ ହୋଇ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ଖେଳର ଶେଷ ଦିନ ଆରମ୍ଭ କରୁଛି । ମୁଁ ମୋ ଜୀବନର ଏକ ତୃତୀୟାଂଶ ଏହି ଶୋ’କୁ ଦେଇଛି । ଯେତେବେଳେ ମୁଁ କହିଛି ଯେ ମୁଁ ଆସୁଛି ଏହି ଶୋ’ ସବୁବେଳେ ମତେ ସ୍ବାଗତ କରିଛି । ଏତିକି ନୁହେଁ ଯେତେବେଳେ ମୁଁ ହସିଛି, କାନ୍ଦିଛି ସେତେବେଳେ ତୁମେ ହସିଛ ଏବଂ ଲୁହ ମଧ୍ୟ ଝରାଇଛ ।’’ ଏହା କହିବା ସହ ସେ ୩୦ ମିନିଟ୍ ପର୍ଯ୍ୟନ୍ତ ଗୀତ ବୋଲିଥିଲେ ।
ବିଗ୍ ବିଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ପରବର୍ତ୍ତୀ ସମୟରେ “ସେକ୍ସନ୍ 84” ଏବଂ “କଲ୍କି 2898 ଏଡି”ର ସିକ୍ୱେଲ୍ ରେ ନଜର ଆସିବେ। “ସେକ୍ସନ୍ 84” ରେ, ବିଗ୍ ବି ଅଭିଷେକ ବାନାର୍ଜୀ ଏବଂ ନିମରତ କୌରଙ୍କ ସହିତ ଅଭିନୟ କରିଛନ୍ତି। “କଲ୍କି 2898 ଏଡି” ରେ ସେ ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ ।

