ତିହିଡି – ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ଚୋରିରେ ସଂପୃକ୍ତ ଦୁଇ ଜଣ ପେଶାଦାର ଚୋରଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନେ ହେଉଛନ୍ତି କାର୍ତ୍ତିକ ଜେନା ଓ ହେମନ୍ତ ବାରିକ । ଏହି ଦୁଇ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ମହରମପୁର ଗାଁରେ ବୋଲି ଜଣା ଯାଇଛି । ଏମାନଙ୍କ ନାଁରେ ଗତ ୨୯ ତାରିଖରେ ଏକ ମାମଲା ନଂ-୪୨୨/୨୫ ରୁକୁ ହୋଇଥିବା ବେଳେ ପୂର୍ବରୁ ଆଉ ଗୋଟିଏ ମାମଲା ନଂ -୩୨୭/୨୫ ରହିଥିବା ଏବଂ ପରେ ଆଉ ଗୋଟିଏ ମାମଲା ନଂ -୪୨୫/୨୫ ବି ରୁଜ୍ଜୁ କରା ଯାଇଛି । ପୋଲିସ ଏମାନଙ୍କ ନିକଟରୁ ଦୁଇଟି ପାଣି ପମ୍ପ, ଦୁଇଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଇନଭର୍ଟର, ଗୋଟିଏ ବ୍ୟାଟେରୀ ଓ ଗୋଟିଏ ଲୁହା ଦଂଡା ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ଜଣା ଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

