ଭୁବନେଶ୍ବର: ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୀପାବଳି ପାଇଁ ଛୁଟି। ଅର୍ଥାତ୍ ୨୦୨୫ ଅକ୍ଟୋବର ୨୦ ଓ ୨୧ ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି ହେବ ନାହିଁ।
ଆହୁରି ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ସେନସର୍ ବୋର୍ଡ, କାହିଁକି ଯଥେଷ୍ଟ ସମୟ ପୂର୍ବରୁ ସେନସର୍ କାମ ସାରୁନାହାନ୍ତି ନିର୍ମାତା!
ମୁକ୍ତି ମଣ୍ଡପରେ ଘୋଷଣା
ସୂଚନାଯୋଗ୍ୟ,ଦୀପାବଳି ପାଳନ ନେଇ ପୂର୍ବରୁ ଅକ୍ଟୋବର ୨୦ ତାରିଖ ଠିକ୍ ବୋଲି ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି ମଧ୍ୟ କୁହାଯାଇଛି। ତେବେ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ଓ ଛୁଟି ନେଇ ଦ୍ବନ୍ଦ୍ବ ରହିଥିଲା।

