ପୁଣି ଚର୍ଚ୍ଚାରେ ସେନସର୍ ବୋର୍ଡ, କାହିଁକି ଯଥେଷ୍ଟ ସମୟ ପୂର୍ବରୁ ସେନସର୍ କାମ ସାରୁନାହାନ୍ତି ନିର୍ମାତା!
ଭୁବନେଶ୍ବର(ଶିବଶଙ୍କର ଓଝା): ଏବେ ପୁଣି ଚର୍ଚ୍ଚାରେ ସେନସର୍ ବୋର୍ଡ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଯୋଜକ ଦେବାଶିଷ ପଟ୍ଟନାୟକ ଓ ନିର୍ଦ୍ଦେଶକ ଅଶୋକ ପତି। ସେମାନଙ୍କ ନୂଆ ଓଡ଼ିଆ ସିନେମା ‘ଲଢ଼େଇ’ର ରିଲିଜ୍ ତାରିଖ ୧୭ ତାରିଖରେ ଘୋଷିତ ହୋଇଥିଲା। ମାତ୍ର ଫିଲ୍ମକୁ ସେନସର୍ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେବା ହେତୁ ଏହା ରିଲିଜ୍ ହୋଇପାରିଲାନାହିଁ।
ଘଟଣା ନୂଆ ନୁହେଁ
ଏଭଳି ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ଏଭଳି ଘଟିବାର କେତେକ ନଜିର ରହିଛି। ଖାଲି ‘ଲଢ଼େଇ’ ନୁହେଁ, ଆଜି ମୁକ୍ତିଲାଭ କରିଥିବା ‘ବାସ୍ତବ’ ଓ ମୁକ୍ତି ଅପେକ୍ଷାରେ ଥିବା ‘ଜହ୍ଲାଦ’ ଓ ‘ଶମ୍ଭୁ’ ବି ସିବିଏଫସିର ପ୍ରମାଣପତ୍ର ପାଇବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୁହାଯାଉଛି ଯେ ‘ଲଢ଼େଇ’ରେ ମାତ୍ରାଧିକ ହିଂସା ଓ ଆପତ୍ତିଜନକ ସଂଳାପ ରହିଛି। ସେଥିଲାଗି ଏହାର ସମୀକ୍ଷା ଲାଗି ସମୟ ନିଆଯାଇଛି। ତେଣେ ‘ଶମ୍ଭୁ’ ର ଏକ ଦୃଶ୍ୟକୁ ନେଇ ସେନସର୍ ବୋର୍ଡ ଆପତ୍ତି ଉଠାଇଥିଲେ। ପରେ ପ୍ରଯୋଜକ ତାହାକୁ ସେନସର୍ ବୋର୍ଡର ପରାମର୍ଶକୁ ଗ୍ରହଣ କରିଛନ୍ତି।