ଅନୁଗୁଳ: ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଆବାହନରେ ଭକ୍ତିମୟ ହୋଇଉଠିଛି ସାରା ରାଜ୍ୟ । ଧରାବତରଣ କରିଛନ୍ତି ମା’ ଧନଦାତ୍ରୀ, ଐଶର୍ଯ୍ୟ ଦାୟୀନୀ ମା’। ଚାନ୍ଦି ମେଢ଼ ସୁନା ମୁକୁଟ ସୁନା ହାରରେ ମା’ଝଲସୁଛନ୍ତି । ଆଲୋକ ତୋରଣ ଝଲସୁଛି ଅନୁଗୁଳ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ।
ଚଳିତ ବର୍ଷ ଅନୁଗୋଳର ୨୯ଟି ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ଏଥର ମୁଖ୍ୟ ଆକର୍ଷଣ ପାଲଟିଛି ସହରର ପୁରାତନ ଅମଲାପଡ଼ା ମଣ୍ଡପ, ଯେଉଁଠି ପାଳିତ ହେଉଛି ଐତିହାସିକ ୧୦୦ ବର୍ଷର ପୂଜା ପରମ୍ପରା । ୧୦ ଦିନ ଧରି ମା’ଙ୍କ ଭବ୍ୟ ଆୟୋଜନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ଢେଙ୍କାନାଳରେ ପ୍ରାୟ ୪୧ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି ।

