ବ୍ରଜରାଜନଗର ପୁଲିସର ଦ୍ରୁତ କାର୍ଯ୍ୟାନୁଷ୍ଠାନ: ୭ ଅଭିଯୁକ୍ତ ଗିରଫ
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଗତକାଲି ରାତିରେ ବ୍ରଜରାଜନଗର ପୁଲିସର ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁ ସମ୍ଭାବ୍ୟ ଏକ ବଡ଼ ଅଘଟଣକୁ ଟାଳିବାରେ ସମ୍ଭବ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଦରଲିପାଲି ଠାରେ ଥିବା ଏନ ଟି ପି ସିରୁ ଆସ ପରିବହନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ହୋଇଥିଲା। ଏନେଇ ଝାରସୁଗୁଡା ଏସ୍ ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ବ୍ରଜରାଜନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ:ରାଜଧାନୀରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତମାନଙ୍କର ଟେର ପାଇନି ପୁଲିସ୍
ମୁଖ୍ୟ ଅଭିଯୁକ୍ତ ଗିରଫ
ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ,ବ୍ରଜରାଜନଗର ଆଇ ଆଇ ସି ଧବଳେଶ୍ବର ସାହୁ ଉପସ୍ଥିତ ଥିଲେ। ପୁଲିସ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ଥାନା ତିଲେଇମାଲର ବିଶ୍ୱ ମାଝି(୩୩), ବ୍ରଜରାଜନଗର ଗୁଆଲାପଡ଼ାର ପ୍ରକାଶ ୟାଦବ ଓରଫ କାଲୁ(୨୪), ଚୁନାଭଟାର ସନ୍ଦୀପ ଦାସ ଓରଫ ଛୋଟକା (୨୭), ଏଚ ଲାଇନର ବିଶାଳ କୁମ୍ଭାର (୨୪), ଇଟାଭଟାର ସୌରଭ ସିଂ(୨୩) , ଟିଣାଲାଇନର ରାହୁଲ ଚୌହ୍ୱାନ (୨୭), ବାହାଦୂରପଡ଼ାର ଜଗଦୀଶ ଭାଇନା(୩୨) ,ତିଳେଇମାଲର କୁଳଦୀପ ସିଂ(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୁଲିସ ୨ ଟି ଦେଶୀ ପିସ୍ତଲ ,୩ଟି ଜୀବନ୍ତ ଗୁଳି, ୨ ଟି ଭୁଜାଲି , ଗୋଟିଏ ଲୁହା ଛଡ଼ , ୨ ଟି ଛୁରୀ ,ଗୋଟିଏ ସ୍କର୍ପିଓ ( ଓଡ଼ି ୨୩ ଏଚ ୯୬୯୭) ଜବତ ହୋଇଥିବା ଏସ୍ ପି ସୂଚନା ଦେଇଛନ୍ତି।