ଡେରାଡୁନ : ବରିଷ୍ଠ ବିଜେପି ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଅସୁସ୍ଥ । ହରିଦ୍ବାରରୁ ଦିଲ୍ଲୀ ଫେରୁଥିବା ବେଳେ ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ତାଙ୍କ କାରକେଡକୁ ଅଟକାଯାଇ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ତାଙ୍କର ରକ୍ତଚାପ ବଢିଯାଇଥିବା ବେଳେ ପାଦ ଫୁଲିଥିବା ଜଣାପଡିଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପାଇଁ ଦିଲ୍ଲୀ ପଠାଯାଇଛି ।
ଖବର ମୁତାବକ, ଉମା ଭାରତୀ ମଙ୍ଗଳବାର ଦିନ କାର ଯୋଗେ ହରିଦ୍ବାରରୁ ଦିଲ୍ଲୀ ଫେରୁଥିଲେ । ପ୍ରାୟ ୩ଟା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଏହାପରେ ତାଙ୍କ କାରକେଡ ମସୁରପୁର ଥାନା ଏକ ଗାଁ ସଙ୍ଘାବଲୀରେ ଏକ ପେଟ୍ରୋଲ ପମ୍ପରେ ରୋକା ଯାଇଥିଲା । ଏଠାରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଉପଚାର କରିଥିଲେ । ସେଠାରୁ ତାଙ୍କ ଦିଲ୍ଲୀ ପଠାଯାଇଥିଲା।
ତାଙ୍କ ଅସୁସ୍ଥତା ଖବର ତୁରନ୍ତ ପୋଲିସ ଏସ୍କର୍ଟ ମାଧ୍ୟମରେ ଜିଲ୍ଲା କଣ୍ଟ୍ରୋଲ ରୁମକୁ ଦିଆଯାଇଥିଲା । ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସଙ୍ଘାବଲୀ ବାଇପାସ୍ରେ ପେଟ୍ରୋଲ ପମ୍ପରରେ ତାଙ୍କ କାରକେଡକୁ ୧୫ ମିନିଟ ଯାଏଁ ରୋକାଯାଇଥିଲା । ଏହାପରେ ତୁରନ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୂନୀଲ ତେୱାତିଆ ସମେତ ବିଭାଗୀୟ ଚିକିତ୍ସକ ପହଞ୍ଚି ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ । ତାଙ୍କ ବିପି ୧୬୪ ରହିଥିବାରୁ ଅସୁସ୍ଥତା ଅନୁଭବ କରିଥିଲେ ।
ଉମା ଭାରତୀଙ୍କ ଖବର ଶୁଣି ଜିଲ୍ଲାପାଳ ପଙ୍କଜ ପ୍ରକାଶ ରୋଠୋର ଏବଂ ସିଇଓ ପହଞ୍ଚିଥିଲେ । ସ୍ବାସ୍ଥ୍ୟ ବିଭାଗ ଟିମ୍ ପ୍ରାଥମିକ ଉପଚାର କରିବା ପରେ ଦିଲ୍ଲୀ ଫେରିଛନ୍ତି ଉମା ଭାରତୀ ।

