ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇ ତରଫ ରୁ ଗୁଗଲ ମିଟ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନ ର ବିଶିଷ୍ଟ ସାହିତ୍ୟିକ କବି ଅଖ୍ୟାଂଶର ସମ୍ପାଦକ ଡ଼କ୍ଟର ହରିଶ୍ଚନ୍ଦ୍ର ବେହେରା ପୌରହିତ୍ୟ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପଛରେ ଥିବା ସଂଘର୍ଷ ର କାହାଣୀ ବର୍ଣ୍ଣନା କରିବା ସହ ଷଢ଼େଇକଳା ଖରସୁଆଁ ରେ ଲୋକଙ୍କ ଓଡ଼ିଆ ଭାଷା ର ବ୍ୟାପକ ବ୍ୟବହାର ଉପରେ ଆଲୋଚନା କରିଥିଲେ। ଛତିଶଗଡ ରୁ ପ୍ରକାଶିତ ସୂର୍ଯ୍ୟପ୍ରଭା ର ସମ୍ପାଦକ ଡ଼କ୍ଟର ବାମନ ଚନ୍ଦ୍ର ଦୀକ୍ଷିତ ଯୋଗ ଦେଇ ବିଛିନ୍ନ।ଞ୍ଚଳ ରେ ଓଡ଼ିଆ ଙ୍କ ଦୁଃଖ କହିଥିଲେ।ସୁସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ଉତ୍କଳ ଦିବସ ପ୍ରସଙ୍ଗ ରେ ଆଲୋଚନା ରଖିଥିଲେ। ଲକ୍ଷ୍ମୀପ୍ରିୟା ଓଝା ଙ୍କ ଭଜନ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୈତ୍ରେୟୀ କମିଳା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚନ୍ଦ୍ରା ମିଶ୍ର, କଳ୍ପନା ମିଶ୍ର, ପୁଷ୍ପାଞ୍ଜଳି ପତ୍ରୀ, କାଶୀନାଥ ପଣ୍ଡା, ଜ୍ୟୋତିପ୍ରଭା ପଟ୍ଟନାୟକ, ଶୁଭଶ୍ରୀ ପଟ୍ଟନାୟକ, ସନାତନ ମହାକୁଡ଼, ରୀତା ଅପରାଜିତା ମହାନ୍ତି, ବିଜୟ ମୁଦୁଲି, ଆରତୀ ଶବ୍ଦ ଆଉ କଲମ ରେ ମାଟି ମାଆ ର ବନ୍ଦନାକବିତା ମାଧ୍ୟମ ରେ କରିଥିଲେ।

