ଏହି ଗୁରୁତ୍ୱପୂର୍ଣ ସଭାରେ ସେ ନିମ୍ନଲିଖିତ ବିଷୟଗୁଡିକ ଉପରେ ଲମ୍ବା ଆଲୋଚନା କରିବା ସହ ପତ୍ର ପ୍ରଦାନ କରିଛନ୍ତି —
୧) ବାଲେଶ୍ୱରରେ ଏକ କ୍ୟାନ୍ସର ହସ୍ପିଟାଲ୍ ସ୍ଥାପନ,
୨) CGHS Wellness ସେଣ୍ଟର ସ୍ଥାପନ, ଏବଂ
୩) ପୂର୍ବରୁ ସ୍ଥାପିତ ହୋଇଥିବା କିନ୍ତୁ ଏପର୍ଯ୍ୟନ୍ତ ପୂର୍ଣ୍ଣରୂପେ କାର୍ଯ୍ୟରତ ନହୋଇଥିବା ବାଲେଶ୍ୱର AIIMS ସ୍ୟାଟେଲାଇଟ୍ ସେଣ୍ଟରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା।
ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି, ବାଲେଶ୍ୱରର AIIMS ସ୍ୟାଟେଲାଇଟ୍ ସେଣ୍ଟରକୁ ଆଉ କୌଣସି ବିଳମ୍ବ ନକରି ସଂପୂର୍ଣ୍ଣ ଭାବେ ଚାଲୁ କରିବା ପାଇଁ ସେ ତାଙ୍କୁ ନିବେଦନ କରିଛି।
ଏବଂ ମାନ୍ୟବର ମନ୍ତ୍ରୀ ଏହାକୁ ଗୁରୁତ୍ୱ ର ସହ ନେଇ ନିଶ୍ଚିତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l

