ତିହିଡି, ୦୯.୦୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ର ଜନଶୁଣାଣୀ ଶିବିର ଗୁରୁବାର ପୂର୍ବାହ୍ନରେ ନୀଳମଣି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୭ଟି ପ୍ରକଳ୍ପର ସମିକ୍ଷା କରାଯାଇଥିଲା । ବିଡ଼ିଓ ନିରଞ୍ଜନ ବାରିକ ଅଧ୍ୟକ୍ଷତାତାରେ ଅନୁଷ୍ଠିତ ଉକ୍ତ ଶିବିରରେ ପ୍ରାରମ୍ଭରେ କେତେକ ପିଇଓ, ଜିଆରଏସ ଏବଂ ଏଡିଇଓମାନେ ଅନୁପସ୍ଥିତ ରହିଥିବା ଦୃଷ୍ଟିକୁ ଆସିଥିବାରୁ ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯିବ ବୋଲି କ୍ୟାସିୟର ଦାଶରଥି ସାମଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦନେଇ ଟୁଡୁ ଯୋଗଦେଇ ଏମଜିଏନଆରଜିଏସ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପ୍ରସଙ୍ଗରେ ପ୍ରସଂଶା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏ ) ସତ୍ୟଜିତ ପୃଷ୍ଟି ଯୋଗଦେଇ ଚଳିତ ବର୍ଷ ଆସନ୍ତା ୨୭ତାରିଖ ଠାରୁ ଏମଜିଏନଆରଜିଏସ କାର୍ଯ୍ୟ ଆରମ୍ଭ ହେବ । ଇତି ପୂର୍ବରୁ ପିଇଓ, ଏଡିଇଓ, ଜିଆରଏସ ଓ ଭିଆରପି ମାନଙ୍କୁନେଇ ଏକ ପ୍ରସ୍ତୁତି ବୈଠକ କରାଯିବାକୁ ପରାମର୍ଶ ଦେଇଥିବା ବେଳେ ପ୍ରତି ୬ ମାସରେ ଜବ ଶୁଣାଣି ଶିବିର କରାଯିବ ବୋଲି କହିଥିଲେ । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମିଳିଥିବା ଅନୁଦାନ ଗତ ତା ୦୧. ୦୪.୨୫ ରିଖରୁ ତା ୩୦. ୦୯. ୨୫ରିଖ ମଧ୍ୟରେ ବିନିଯୋଗ ହୋଇଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରୁ ଅଭିଯୋଗ ହୋଇଥିବା ୩୦ପ୍ରକଳ୍ପ ଉପରେ ଶିବିରରେ ସମୀକ୍ଷା କରାଯାଇଥିଲା । ବିଲଣା ପଞ୍ଚାୟତରେ ଏକ ନାଳ ଖନନ ହୋଇ ନଥିବା ବେଳେ ୧ଲକ୍ଷ ୧୦ହଜାର ଟଙ୍କା ଶ୍ରମିକ ମଜୁରୀ ଆକାରରେ ପ୍ରଦାନ କରା ଯାଇଥିବା ଅଭିଯୋଗ ହୋଇଥିଲା । ତେବେ ୩ ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ବିଡ଼ିଓ ବାରିକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବୋଡ଼କ ପଞ୍ଚାୟତରେ ୩ଟି ପ୍ରକଳ୍ପର କ୍ୟାଶ ରେକର୍ଡ ଦାଖଲ ହୋଇ ନଥିବାରୁ ୩ଦିନ ମଧ୍ୟରେ ଦାଖଲ କରିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ । ତେବେ ଗ୍ରାମସଭା ମଧ୍ୟରେ କ୍ୟାଶ ରେକର୍ଡ ଦିଆନଯାଇ ପରେ ଦାଖଲ କରାଗଲେ ଜୋରିମାନା କରାଯିବ ବୋଲି ଜିଲା ସାମାଜିକ ସମୀକ୍ଷକ ସତ୍ୟଜିତ ପୃଷ୍ଟି ସୂଚନା ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗଦେଇ ଯୋଜନାରେ ସାମିଲ ଥିବା କର୍ମଚାରୀମାନେ ସଠିକ ତଥ୍ୟ ଦେଇପାରୁ ନଥିବା କହିବା ସହ ଏହାକୁ ସୁଧାରିବା ପାଇଁ ପରାମର୍ଶ ଦେଇଥିଲେ । ବ୍ଲକ ସାମାଜିକ ସମୀକ୍ଷକ ଇତିଶ୍ରୀ ଦାଶ ବିଭିନ୍ନ ପ୍ରକଳ୍ପ ଉପରେ ସୂଚନା ଦେଇଥିବା ବେଳେ ଏପିଇଓ କାମିନୀରାଣୀ ଓଝା ଧନ୍ୟବାଦ ଦେଇଥିଲେ । ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ଯୋଗଦେଇ ସମସ୍ତେ ସଠିକ ରିପୋର୍ଟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଅମରେନ୍ଦ୍ର ନାୟକ, ଜୟନ୍ତୀ ପଣ୍ଡା, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥୀ ଓ ତନୁଜା ମିଶ୍ର, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ଅଲେଖ ତିର୍କୀ, ଏମଜିଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ଅରୁଣ କୁମାର ପଣ୍ଡା, ଦୀନବନ୍ଧୁ ମହାନ୍ତି, ଶାରଦା ବଳ, ମନୋରଞ୍ଜନ ଦଳେଇ, ସୁକାନ୍ତି ବାରିକ, ବୀରକିଶୋର ମହାପାତ୍ର, ଏଡ଼ିଇଓ ଗୋପାଳ ପଣ୍ଡା, ସରପଞ୍ଚ ସୁପ୍ରଭା ପାଣି, ସୟା ସରପଞ୍ଚଙ୍କ ପ୍ରତିନିଧି ରବିନ୍ଦ୍ର ଶତପଥୀ, ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ, ଭିଆରପି କାମିନୀଲତା ପ୍ରିୟଦର୍ଶନୀ, ସବିତା ବାରିକ, ଇତିଶ୍ରୀ ବେହେରା, ମିନୁ ସାବତ, ରାଜଶ୍ରୀ ନାୟକ, ବିଳାସିନୀ ନାୟକ, ଝରଣା ଦାସ, ପ୍ରତିଭା ଦାସ, ଅନିମା ମଞ୍ଜରୀ ନାୟକ, ତିଲୋତ୍ତମା ବେହେରା, କମଳା ମହାଳିକ, ସତ୍ୟଭାମା ମହାଳିକ ଓ ମନୋରମା ସାମଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

