ତିହିଡ଼ି, ତିହିଡି, ୦୯.୦୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ହରିପୁର ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ରାମନାରାୟଣ ନାୟକ ମୁଖ୍ୟ ଅତିଥି, ରାଜନେତା ତଥା ପୁରାତନ ଛାତ୍ର ସଂସଦର ସଭାପତି ସରୋଜ କୁମାର ଦାସ, ସିଆରସିସି ତ୍ରିନାଥ ସେଠ ଓ ସମାଜସେବୀ ଶିବ ପ୍ରସାଦ ବଳ ସମ୍ମାନୀତ ଅତିଥି, ଡ. ଅମୂଲ୍ୟ କୁମାର ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଦୀନବନ୍ଧୁ ବାରିକ ଅତିଥିମାନଙ୍କୁ ମଞ୍ଚ ଆବାହନ କରିବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ରାମ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା କମିଟି ଅଧ୍ୟକ୍ଷ ସୁଶୀଲ କୁମାର ଦାସ, ଶିକ୍ଷୟିତ୍ରୀ ସାବିତ୍ରୀ ଖଟୁଆ, ଅଶୋକ କୁମାର ପାଣିଗ୍ରାହୀ, ଗୀତାଞ୍ଜଳି ଦାସ, ସୌଦାମିନୀ ସେଠୀ, ସୁଶ୍ରୀ ସଂଗୀତା ନାୟକ, ସସ୍ମିତା ବାରିକ ଓ ପ୍ରତିମା ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

