ତିହିଡି, ୩୧.୧୦: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ବୋଡ଼କ ପଞ୍ଚାୟତସ୍ଥିତ ନାୟକାଣୀ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଳିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭା ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ମନୋଜ କୁମାର ମହାପାତ୍ର ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ବୈଜ୍ଞାନିକ ଏପିଜେ ଅବଦୁଲ କାଲାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବିଇଓ ଲଷ୍ମୀପ୍ରିୟା ମାଝୀ, ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା, ସରପଞ୍ଚସୁଭାସିନୀ ଜେନା, ଭାରପ୍ରାପ୍ତ ଏବିଇଓ ଗିରିଧାରୀ ଚାନ୍ଦ, ସୁରେନ୍ଦ୍ର ଧଳ, ଅଧର ଦକୁମାର ତରାଇ, ମୋ ସ୍କୁଲ ଅଭିଯାନର ସଭାପତି ପ୍ରେମାନନ୍ଦ ପତି, ସମିତିସଭ୍ୟ ଜୟପ୍ରକାଶ ମଲିକ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁମୋହନ ଜେନା ଓ ସିଆରସିସି ଭାଗିରଥି ତ୍ରିପାଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ଶିକ୍ଷକ ମନ୍ମଥ ଦାସ, ଶଶିକାନ୍ତ ବେହେରା ଓ ସରୋଜ ଓଝା ମଞ୍ଚ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ୧୯ଟି କ୍ଲଷ୍ଟର ଅଧୀନ ୨୩୦ଟି ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । କ୍ଲଷ୍ଟର ସ୍ତରରୁ ବ୍ଲକ ସ୍ତରକୁ ମନୋନୀତ ହୋଇଥିବା ବରିଷ୍ଠ ବର୍ଗ ଓ କନିଷ୍ଠ ବର୍ଗର ପ୍ରତିଯୋଗୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର ୩୯ଜଣ କୃତି ପ୍ରତିଯୋଗୀଙ୍କୁ ଜିଲାସ୍ତରକୁ ମନୋନୀତ କରା ଯାଇଥିଲା । ବିଚାରକ ଭାବେ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ନାରାୟଣ ସାହୁ ଓ ଜୟନ୍ତ କୁମାର ନାୟକ ଯୋଗ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଥିଲା । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, ଉପସଭାପତି ବଂଶୀଧର ଦାସ, ପ୍ରଭାସ କୁମାର ପଣ୍ଡା, ଦେବାନନ୍ଦ ବିଶ୍ୱାଳ, ଶ୍ରୀନାଥ ମଲିକ, ଦେବାଶିଶ ନାୟକ, ପରମେଶ୍ୱର ମଲିକ, ଦିଲୀପ କୁମାର ପଣ୍ଡା, ଆଲୋକ ମଲ୍ଲିକ, ସଂଜୀବ ମହାନ୍ତି, ସଞ୍ଜୟ ମହାଳିକ, ଦେବାଶିଷ ନାୟକ, ନିର୍ମଳ ଚନ୍ଦ୍ର ଦାସ, ପ୍ରଦୀପ ନାୟକ, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଲଷ୍ମୀଧର ପତି, ଭକ୍ତବନ୍ଧୁ ପତି, ପୂର୍ବତନ ସରପଞ୍ଚ ଶଶଧର ସାମଲଙ୍କ ସମେତ ସିଆରସିସି ଦେବାଶିଶ ମୁଦୁଲୀ, ଲମ୍ବୋଧର ସାହୁ, କାମାକ୍ଷା ପ୍ରସାଦ ପାତ୍ର, ମାନସ କୁମାର ରାଉତ, ଭାଗିରଥି ତ୍ରିପାଠୀ, ଜନ୍ମେଜୟ ସାହୁ, ସଶ୍ମିତା ମଞ୍ଜରୀ ନାୟକ, ରବିନ୍ଦ୍ର ମଳିକ, ଶିବବ୍ରତ ମିଶ୍ର, ସୁଶାନ୍ତି ସାହୁ, ଶନିଶ୍ଚର ମହାଳିକ, ଚନ୍ଦନ କୁମାର ପାତ୍ର, ବିଭୁତି ଭୁଷଣ ରାଉତ, କେଶବ ଚନ୍ଦ୍ର ସାହୁ, ଦେବବ୍ରତ ଶତପଥି, ଚନ୍ଦ୍ରଶେଖର ମୁଦୁଲୀ, ସତ୍ୟନାରାୟଣ ପାଣିଗ୍ରାହୀ, ଧିରେନ୍ଦ୍ର କୁମାର ସାହୁ, ଚନ୍ଦନ ମହାଳିକ ଓ ଲକ୍ଷ୍ମୀକାନ୍ତ ପରିଡା ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

