ଆଜି ତା ୩୧-୧୦-୨୦୨୬ ରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଞ୍ଚାୟତ ବିଭାଗର ଉପ ବିଭାଗୀୟ ଅଧିକାରୀ କୈଳାଶ ଚନ୍ଦ୍ର ଦାସ ଷାଠିଏ ବର୍ଷ ବୟସରେ ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିବା ଅବସରରେ ଜିଲ୍ଲାପାଳ ନବରଙ୍ଗପୁର ମଧୁମିତା IAS ଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀ ଦାସଙ୍କ ସର୍ବମୋଟ ୨୯ ବର୍ଷ ଦୁଇ ମାସ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାର ନବରଙ୍ଗପୁର ତହସିଲ, ଡାବୁଗାଁ ତହସିଲ, ପାପଡାହାଣ୍ଡି ତହସିଲ, ତେନ୍ତୁଳୀଖୁଣ୍ଟି ତହସିଲ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫଳତାର ସହିତ କାର୍ଯ୍ୟ କରିବା ସହ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟରେ ଲିପ୍ତ ଥିଲେ l ଏହି ଭବ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଦାସଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ପେନସନ ପେପର ପ୍ରଦାନ କରାଯାଇ ଥିଲା l ବିଦାୟ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଦାସଙ୍କ ବିଭିନ୍ନ ଗୁଣ ଗାନ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସହ ପରିବାର ସହିତ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା l ଏଥି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି , ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ଚନ୍ଦ୍ର ବର୍ମନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ପଦ୍ମନାଭ ତ୍ରିପାଠୀ, ପ୍ରତିଷ୍ଠାନ ଉପବିଭାଗ ଡେପୁଟୀ କଲେକ୍ଟର ସୁଶ୍ରୀ ଶମିନା ଅଖତରୀ , ଗୀତାଞ୍ଜଲି ବେହେରା, ସତ୍ୟଜିତ ଗାହଣ, ଆଶୁତୋଷ ପାତ୍ର ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ଶ୍ରୀ ବାଲାଜୀ ସାହୁ, ଉପ ବିଭାଗୀୟ ଅଧିକାରୀ ସୁରେଶ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର, ସୀତାରାମ ବେହେରା, ରଘୁ ମଣ୍ଡଳ, ସତ୍ୟନାରାୟଣ ସାହୁ,ବିଜୟ ସାହୁ ଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବହୁ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେl

