ବଲିଉଡର ଖିଲାଡି କୁମାରଙ୍କ ଅପକମିଂ ଫିଲ୍ମ ଭୂତ ବଙ୍ଗଲାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଅକ୍ଷୟ କୁମାର ଆଧ୍ୟାତ୍ମିକ ଅନ୍ଦାଜରେ ଉଜ୍ଜୈନରେ ପହଞ୍ଚିଛନ୍ତି । ଅକ୍ଷୟ କୁମାର ଶାଶୁ ଡିମ୍ପଲ କପାଡିଆ ସହିତ ମହାକାଳ ମନ୍ଦିର ଦର୍ଶନ କରିଛନ୍ତି ।
ଅକ୍ଷୟ କୁମାର ମହାକାଳଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ଦର୍ଶନ କରିବା ବେଳେ ନନ୍ଦୀ ମହାରାଜଙ୍କ କାନରେ ନିଜ ମନକଥା କହିଥିଲେ । ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ଏହି ମନ୍ଦିରର ବହୁତ ମାନ୍ୟତା ରହିଛି । ପୂର୍ବରୁ ଅକ୍ଷୟ କୁମାର ନିଜ ପରିବାର ସହିତ ମହାକାଳଙ୍କ ଦର୍ଶନ କରିସାରିଛନ୍ତି ।
ଏହି ସମୟରେ ଅକ୍ଷୟ କୁମାର ଧଳା କୁର୍ତ୍ତା, ପାଇଜାମା, ମଥାରେ ତିଳକ ଏବଂ ବେକରେ ଫୁଲମାଳା ପକାଇଛନ୍ତି । ଅକ୍ଷୟ କୁମାର ଭକ୍ତିଭାବରେ ବୁଡ଼ିଥିବା ନଜର ଆସିଛନ୍ତି । ଅକ୍ଷୟ କୁମାର ମନ୍ତ୍ରୋଚାରଣ କରିବା ସହିତ ପୂଜାର୍ଚ୍ଚନା କରିବା ସହିତ ଧ୍ୟାନ ଲଗାଇଥିଲେ । ସେହିପରି ପିଙ୍କ ଶାଢିରେ ଡିମ୍ପଲ ମଧ୍ୟ ନଜର ଆସିଥିଲେ ।
ମହାକାଳଙ୍କୁ ଦର୍ଶନ କରିବା ପରେ ନିଜର ଭାବନା ସେୟାର କରି କହିଛନ୍ତି, ମୋତେ ବହୁତ ଭଲ ଲାଗିଲା, ମୁଁ ସମଗ୍ର ଦେଶ ପାଇଁ, ପରିବାର ପାଇଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛି । ଆମ ଦେଶ ଆଗକୁ ବଢୁ, ଆଉ ସବୁବେଳେ ବଢୁଥାଉ ।
ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ଭୂତ ବଙ୍ଗଲା ଏପ୍ରିଲ ୧୭ରେ ରିଲିଜ ହେବ । ଫିଲ୍ମ ହରର ଏବଂ କମେଡିରେ ଭରପୁର । ଏହାକୁ ଦେଖିବା ପାଇଁ ଫ୍ୟାନ୍ସ ବହୁ ଉତ୍ସାହିତ ରହିଛନ୍ତି ।

