ମାଲକାନଗିରି: ମାଲକାନଗିରିରେ ବାତ୍ୟା ଆଲର୍ଟ । ମୋଟୁ ଦେଇ ଛତିଶଗଡ଼ ମୁହାଁ ହୋଇପାରେ ଝଡ଼ । କାଲିମେଳା-ପଡ଼ିଆରେ ସର୍ବାଧିକ ବିପଦ। ୨୯ ଯାଏଁ ସ୍କୁଲ-କଲେଜ ଛୁଟି । ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସୀମାନ୍ତ ମୋଟୁ ଅଞ୍ଚଳ ଦେଇ ବାତ୍ୟା ଛତିଶଗଡ଼ ଅଭିମୁଖେ ଗତି କରିବାର ସମ୍ଭାବନା ଥିବାରୁ ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।
ବିଶେଷ କରି କାଲିମେଳା ଓ ପଡ଼ିଆ ବ୍ଲକ ସବୁଠାରୁ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଜିଲ୍ଲାପାଳ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଜରୁରୀ ପରିସ୍ଥିତିର ମୁକାବିଲା ଲାଗି କାଲିମେଳାରେ NDRF ଏବଂ ମାଥିଲି ଓ ଚିତ୍ରକୋଣ୍ଡାରେ ODRAF ଟିମ୍ ମୁତୟନ କରାଯାଇଛି ।

