ତିହିଡି, ୨୬.୧୦ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ରାଜନଗର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍ ୨୪୩ଟି ଅଭିଯୋଗ ଆଗତ ହୋଇଥିବା ବେଳେ ସେଥିରୁ କେତେକ ଅଭିଯୋଗର ଶୁଣାଣି ହୋଇଥିବା ଜଣାଯାଇଛି । ତନ୍ମଧୂରୁ ୧୮୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୫୪ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରସ ଅଧିନସ୍ତ ୮ଟି ଅଭିଯୋଗ ରହିଥିଲା । ଶୁଣାଣି ସମୟରେ ୧୭ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିବାବେଳେ ଜ଼ିଲ୍ଲା ରେଡ଼କ୍ରସ ମାଧ୍ୟମରେ ୮ ଜଣ ଅଭିଯୋଗକାରୀଙ୍କୁ ୬୦ହଜାର ଟଙ୍କା ମଞ୍ଜୁର କରାଯାଇଛି । ବିଡିଓ ନିରଞ୍ଜନ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲାପାଳ ସୋମେଶ ଉପାଦ୍ଦାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ତହସିଲଦାର ଶୁବାଶିଶ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସରପଞ୍ଚ ଗୌରୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ଶୁଣାଣି କରିଥିଲେ । ଡିଏସଓ ଖଗେଶ୍ୱର ସେଠୀ, ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଅଧିକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ୍ନ ଘୋଷ, ହିତେଶ ସାହୁ, ଗଣେଷ ଚନ୍ଦ୍ର ହେମ୍ବ୍ରମ, ଜଳ ପରିମଳ ବିଭାଗର ଏସଡିଓ ରମାକାନ୍ତ ପାଣିଗ୍ରାହୀ, ଆରଡି ଏସଡିଓ ଅମୀୟ କୁମାର ପତି, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ, ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଳିକ, ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ, ଭିଏସ ଡ. ନିରାକାର ଜେନା, ଅମରେନ୍ଦ୍ର ନାୟକ, ଆଇଆଇସି ରୋଜାଲିନୀ ବେହେରା, କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ସୁକାନ୍ତ ମିଶ୍ର, ତନୁଜା ମିଶ୍ର, ଭରତ ଚନ୍ଦ୍ର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ଶ୍ରମ ଅଧିକାରୀ ଲୋକନାଥ ଦାସ ଓ ଅଲେଖ ତିର୍କୀ ପ୍ରମୁଖ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ଅତିରିକ୍ତ ବିଡିଓ ମୀନକେତନ ବାରିକ, ବିଏସଏସଓ ନିହାର ରଞ୍ଜନ ରାଉତ, ରଞ୍ଜୁଲତା ଗାହାଣ, କେଦାର ମହାପାତ୍ର, ଶ୍ରୀଧର ନାୟକ, ସୌମ୍ୟାସୁଚରିତା ମହାପାତ୍ର, ସତ୍ୟାଶ୍ରୀ ମହାପାତ୍ର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶସ୍ମିତା ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

