ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଟ୍ରେନରେ ଯାତ୍ରା କରୁଥିବା ସମୟରେ କିଛି ଚୋରି ହେଉଛିକି? ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ । ଏଥିପାଇଁ ଆସିଛି ବଢ଼ିଆ ନିୟମ । ଜାଣନ୍ତୁ ନିୟମ କ’ଣ ରହିଛି । ଏଣିକି ଟ୍ରେନରେ ଯାତ୍ରୀଙ୍କ ମୋବାଇଲ୍ ଫୋନ୍ ଚୋରି ହେଲେ ଥାନାକୁ ଆସି ଅଭିଯୋଗ କରିବାକୁ ପଡ଼ିବ ନାହିଁ । ଅନଲାଇନ୍ ଆପ୍ଲିକେସନ୍ ମାଧ୍ୟମରେ ଯାତ୍ରୀ ଏ ନେଇ ଅଭିଯୋଗ କରିପାରିବେ । ଆରପିଏଫ୍ ପକ୍ଷରୁ ସାଇବର୍ ସେଲ୍ ମାଧ୍ୟମରେ ଏହି ଚୋରି ହୋଇଥିବା ମୋବାଇଲ୍ ଫୋନକୁ ବ୍ଲକ୍ କରିବା ସହିତ କଳା ତାଲିକାଭୁକ୍ତ କରାଯିବ ।
ଯାହାଫଳରେ ମୋବାଇଲ୍ ନେଇଥିବା ବ୍ୟକ୍ତି ଏଥିରେ କୌଣସି କମ୍ପାନିର ସିମ୍ କାର୍ଡ ପକାଇପାରିବ ନାହିଁ କି ତାହାକୁ ବ୍ୟବହାର କରିପାରିବ ନାହିଁ । ସୂଚନା ଅନୁଯାୟୀ, ଜଳେଶ୍ବର, ଭଦ୍ରକ, ଯାଜପୁରରୋଡ୍, କଟକ, ଭୁବନେଶ୍ଵର, ପୁରୀ ରେଳଷ୍ଟେସନ୍ରୁ ଲୁଟେରା ଗ୍ୟାଙ୍ଗ୍ ମୋବାଇଲ୍ ଫୋନ୍ ଲୁଟୁଛନ୍ତି। ତେଣୁ ଏହାକୁ ନଜରରେ ରଖି ବାହାରିଛି ନୂଆ ନିୟମ ।

