କଟକ: କଟକରେ ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା କାର୍ ଓ ବାଇକ। ହାଇକୋର୍ଟ ପାଚେରୀ କଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ କାରଟି ମଧ୍ୟ ଜଳିଯାଇଛି । କିପରି ନିଆଁ ଲାଗିଲା ତାହା ଜଣାପଡିନାହିଁ । କାରଣ ଅଛି ଅସ୍ପଷ୍ଟ ।
ସୂଚନାଯୋଗ୍ୟ, ସୋମବାର ଦି ଅର୍ଥାତ୍ ଗତକାଲି ବଲାଙ୍ଗିର ସହର ସାଗରପଡା ଛକରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗି ୩ଟି ଦୋକାନ ଛାରଖାର ହେଇଥିଲା । ଉପ ଜିଲ୍ଲାପାଳ ଅଫିସ ନିକଟରେ ଥିବା ଗୋଟିଏ ଟାୟାର ଦୋକାନ ସହିତ ଦୁଇଟି ଛୋଟ ଦୋକାନ ଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ର କାରଣ ଜଣା ପଡ଼ିନାହିଁ । କେହି ଦୃର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଇଥିଲା ।

