ତିହିଡି, ୧୨.୦୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋହରାସାହିସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସେବା ଗ୍ରୁପର କର୍ମୀମାନଙ୍କ ଦ୍ୱାରା ଗ୍ରୀଷ୍ମ କାଳୀନ ଉକ୍ତ ରକ୍ତଦାନ ଶିବିର ପ୍ରେମ ସଂଜୀବନୀରେ ମୋଟ୍ ୩୭ୟୁନିଟ ରକ୍ତ ଭଦ୍ରକ ବ୍ଲଡ଼ବ୍ୟାଙ୍କ ଦ୍ୱାରା ସଂଗ୍ରହ କରା ଯାଇଥିଲା । ଭଦ୍ରକ ବ୍ଲଡ଼ବ୍ୟାଙ୍କ କର୍ମଚାରୀ ଲିଳିମା ସ୍ୱାଇଁ, ତରଣୀ ସେନ ଜେନା, ବଳରାମ ପୁହାଣ ଓ ସେକ ବୁଦ୍ଧିଆ ରକ୍ତଦାତାମାନଙ୍କର ରକ୍ତ ନମୁନା ଓ ରକ୍ତ ସଂଗ୍ରହ କରିଥିଲେ । ଶ୍ରୀ ସତ୍ୟସାଇ ବିଦ୍ୟା ବିହାର, ଭଦ୍ରକର ସମ୍ପାଦକ ପାର୍ଥସାରଥୀ ନାୟକ, ତିହିଡି ସମିତିର ଆବାହକ ସଞ୍ଜୟ ମହାପାତ୍ର, ଦୋହରାସାହି ସେବା ଗ୍ରୁପ ଆବାହକ ଲଷ୍ମୀଧର ବାରିକ, ରମାକାନ୍ତ ନାଥ, ହିମାଂଶୁ ନାୟକ, ମନୋଜ ଦାସ, ଜଗବନ୍ଧୁ ମାଝୀ, ଶଶୀକାନ୍ତ ବେହେରା, ପ୍ରଦୀପ ବାରିକ ଶରତ ବେହେରା, ମୁରଲୀ ମାଝୀ, କୁଳମଣି ବାରିକ, ଚନ୍ଦନ ମାଝୀ, ଅନାଦି ବେହେରା, ଅର୍ଚ୍ଚନା ବାରିକ ଓ ମନ୍ଦାକିନୀ କବି ପ୍ରମୁଖ ଉକ୍ତ ରକ୍ତଦାନ ଶିବିରରେ ସହଯୋଗ କରିଥିଲେ ।

