ତିହିଡି, ୧୦.୦୨: ଟୋକନ୍ ଅବଧି ସରିଯିବା ଆଶଙ୍କାରେ ଚିନ୍ତାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣ ମହାସଂଘ ମଣ୍ଡିର ଚାଷୀ । ଆସନ୍ତା ୧୪ ଓ ୧୬ ତାରିଖରେ କେତେକ ଚାଷୀଙ୍କର ଧାନ ଦେବାର ଥିଲା ହେଲେ ଟାରଗେଟ୍ ଅଭାବରୁ ମଣ୍ଡିର କର୍ତ୍ତୃପକ୍ଷ ମଣ୍ଡି ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି । ରାତି ପାହିଲେ ମଣ୍ଡି ଉଭା ହୋଇ ସଭାନେତ୍ରୀ ଓ ସମ୍ପାଦିକା ଗୁଡେଇ ତୁଡେଇ ପଚାରି ଚାଲୁଛନ୍ତି । ଟୋକନ୍ ଅବଧି ସରିଯିବା ପରେ ଚାଷୀମାନେ କାହାରିକୁ ଛାଡିବୁ ନାହିଁ ବୋଲି ଦେଉଛନ୍ତି ଚେତାବନି । ସେପଟେ ଟାରଗେଟ ନଥିବାରୁ ଧାନ କିଣା ବନ୍ଦ ରହିଛି ଏବଂ ପଡିଆରେ ଅଧିକ ଧାନ ମହଜୁଦ୍ ରଖିଲେ ଭୟର ଆଶଙ୍କା ଥିବା କହିଛନ୍ତି ମଣ୍ଡି କର୍ତ୍ତୃପକ୍ଷ । ମଙ୍ଗଳବାର ଚାଷୀଙ୍କ ହୋହାଲ୍ଲା ଜଣା ପଡିବା ପରେ ଯୋଗାଣ ବିଭାଗ ଓ ବିଡିଓଙ୍କ ଚେତା ପଶିଥିଲା । ତୁରନ୍ତ ମଣ୍ଡିରେ ପହଁଞ୍ôଚ ଚାଷୀଙ୍କୁ ଭେଟିଥିଲେ ଏବଂ କାହାରି ଟୋକନ୍ ଯେପରି ଲାପ୍ସ ନହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏବଂ ଧାନ କିଣା ବନ୍ଦ ହେଲେ ଚାଷୀଙ୍କ ଅସନ୍ତୋଷ ହେବା ସ୍ୱାଭାବିକ ତେଣୁ ଧାନ କିଣିବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ତିହିଡି ବ୍ଲକର ଧାନ ସଂଗ୍ରହ ସମ୍ପର୍କିତ ଟୋଡାଲ ଅଧିକାରୀ ଦଲେଇ ଚରଣ ଟୁଡୁ, ବିଡିଓ ନିରଞ୍ଜନ ବାରିକ, ଏମଆଇ ପ୍ରତିଶ କୁମାର ସାମଲ ମଣ୍ଡି ପରିଦର୍ଶନ କରିଥିବା ବେଳେ ମହାସଂଘର ସଭାନେତ୍ରୀ ସୁକାନ୍ତି ବାରିକ ଓ ସମ୍ପାଦିକା ସ୍ୱର୍ଣ୍ଣଲତା ବାରିକ ଏବଂ ଚାଷୀ ବୈକୁଣ୍ଠନାଥ ପାଣି, ଜଗବନ୍ଧୁ ରାଉଳ, ସରୋଜ ନାୟକ, ପ୍ରଦୀପ ଦାସ, ଉମାକାନ୍ତ ନାୟକ, ଭାଗିରଥି ମଲ୍ଲିକ, ରମାକାନ୍ତ ବାରିକ, ଶ୍ରୀଧର ବାରିକ, ରଘୁନାଥ ମିଶ୍ର, ଦାସରଥି ମଳିକ, ଚକ୍ରଧର ସ୍ୱାଇଁ, ନିମେଇଁ ଚରଣ ମଲ୍ଲିକ, ଦେବେନ୍ଦ୍ର ବାରିକ, ବିଜୟ ସାହୁ ଓ ରାଜେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ । ସୂନ।। ଥାଉକି, ଏହି ମଣ୍ଡିରେ ମୋଟ୍ ୫୩୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଏଯାବତ ମୋଟ୍ ୭ ହଜାର ୩୧୮ କ୍ୱିଣ୍ଟାଲ ଧାନ ଟାରଗେଟ୍ ମଧ୍ୟରେ ୧୪୭ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।

