ତିହିଡି, ୦୪.୧୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନୀଳମଣି ସଭାଗୃହରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ବ୍ଲକ, ଆର ଏଣ୍ଡ ବି ଓ ଗ୍ରାମ୍ୟ ଉନ୍ନୟନ ଦ୍ୱାରା ପରିଚାଳିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ଓ ତଦାରଖ କରିଥିଲେ । ଶିକ୍ଷା, ପାନୀୟଜଳ, ସ୍ୱାସ୍ଥ୍ୟ, ଭିବିଜିଆରଏଏମଜି, ବିଜିବିଓ, ସାମାଜିକ ସୁରକ୍ଷା ବିଭାଗର କାର୍ଯ୍ୟ ଏବଂ ଅଗ୍ରଗତି ସମିକ୍ଷା କରିଥିଲେ । ଏହାପରେ ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନରେ ଯାଇ ସନ୍ଥପୁରାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ କରୁଥିବା ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ଉକ୍ତ ସମିକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶଭେନ୍ଦୁ କୁମାର ସାମଲ, ବିଡିଓ ନିରଞ୍ଜନ ବାରିକ, ତିହିଡି ତହସିଲଦାର ଶୁଭାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

