ତିହିଡି, ୧୦.୦୨: ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ ବଳଙ୍କ ଆକସ୍ମିକ ଦେହାନ୍ତ ହୋଇଯାଇଛି । ସେ ଯାଜପୁର ଜିଲ୍ଲା ଜିଞ୍ଝାରପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ବଳ ବିଗତ କିଛିଦିନ ଧରି କିଡନୀ ଓ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ଶ୍ରୀ ବଳଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବ ପୋଖରୀ ଗାଁରେ । ପ୍ରାଥମିକ ଶିକ୍ଷକରୁ ତାଙ୍କର ଚାକିରୀ ଆରମ୍ଭ ହୋଇଥିଲା । ନିଜର ଅଧ୍ୟବଶାୟ ବଳରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପଦବୀକୁ ପଦନ୍ୱୋତି ହୋଇଥିଲା । ଚଳିତ ମାସ ୬ ତାରିଖରେ ତାଙ୍କର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବଦଳି ଆଦେଶ ହୋଇଥିଲା । ସେ ୭ ତାରିଖରେ ବଦଳି ଆଦେଶ ଗ୍ରହଣ କରି ବାସୁଦେବପୁର ଯାଉଥିଲେ । ମାତ୍ର ଭଦ୍ରକ ପୂର୍ବରୁ ଅସୁସ୍ଥ ହୋଇ ଯାଇଥିଲେ । ଏନେଇ ତାଙ୍କ ତାଙ୍କ ସ୍ତ୍ରୀ ଓ ଝିଅ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ଅବଗତ କରିବା ସହ ପ୍ରଫୁଲଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ତା ଉଦ୍ବେଗ ଜନକ ହେବାରୁ ତାଙ୍କୁ ୮ ତାରିଖ ସଂଧ୍ୟାରେ କଟକ ବଡ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସିତ ହେଉଥିବା ବେଳେ ୧୦ ତାରିଖ ସକଳ ୬.୩୦ ଘଟିକାର ତାଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ଶଯ୍ୟାରେ ତାଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ବଳ, ୩ ଅବିଭାହିତ ଝିଅ, ଏକମାତ୍ର ପୁଅ ଓ ଭାଇମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ତାଙ୍କ ମରଶରୀରକୁ ନିଜ ଭିଟା ମାଟିକୁ ଅଣାଯାଇ ହରିନାମ ସଂକୀର୍ତ୍ତନରେ ଗ୍ରମା ପରିକ୍ରମା କରାଯାଇ ଅନ୍ତେଷ୍ଟିକ୍ରିୟା କରା ଯାଇଥିଲା । ପୁଅ ଦିଗବିଜୟ ବଳ ମୁଖାଗ୍ନି ଦେଇଥିଲେ ।

