ତିହିଡି, ୧୦.୦୨: ଭଦ୍ରକ ଜିଲ୍ଲା ତିହିଡି ମହୋତ୍ସବ “ମନମୋହନ ସାବତ ମଞ୍ଚ” ର ଦ୍ୱିତୀୟ ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମହୋତ୍ସବ କମିଟିର ସଭାପତ ସୋମନାଥ ପାଢ଼ୀଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥିଭାବେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଯୋଗଦେଇ ସୋସିଆଲ ମିଡିଆର ଆନନ୍ଦ ଅସ୍ଥାୟୀ ଏବଂ କଳାସଂସ୍କୃତି ଶାଶ୍ୱତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ୍, ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଅଗ୍ନିଶମ ଅଧିକାରୀ ପ୍ରଫୁଲ ପରିଡା ପ୍ରମୁଖ ଯୋଗଦେଇ ପରମ୍ପରାକୁ ଉଜ୍ଜିବୀତ କରିବାର ମାଧ୍ୟମ ହେଉଛି ମହୋତ୍ସବ ବୋଲି କହିଥିଲେ । ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ତିହିଡି ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ଶିବାଶିଷ ଶଡଙ୍ଗୀ, ୟୁକୋ ବ୍ୟାଙ୍କ ମ୍ୟାନେଜର ଶିବ ନାରାୟଣ ମହାପାତ୍ର, ଏଚଡିଏଫସି ବ୍ୟାଙ୍କର ମ୍ୟାନେଜର ସୂର୍ଯ୍ୟକାନ୍ତ ମଲ୍ଲିକ ଓ ସଫଳ ଚାଷୀ ଉପେନ୍ଦ୍ରନାଥ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଡ଼ଃ ଲକ୍ଷ୍ମୀଧର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ ଅମୂଲ୍ୟ ସେନାପତି ଓ ଯଯାତି କେଶରୀ ଦାସଙ୍କ ସଂଚାଳନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦର୍ଶିତ ହୋଇଥିବା ଗଞ୍ଜାମର ପ୍ରସିଦ୍ଧ ବାଘ ନୃତ୍ୟ ଓ ବିଶିଷ୍ଟ ସମ୍ବଲପୁରୀ ଗାୟକ ରୁକୁସେନା ଓ ସାଥିଙ୍କ ନୃତ୍ୟ ଓ ସଂଗୀତ ଦର୍ଶକଙ୍କ ମନମୋହିଥିଲା । ସାଂସଦଙ୍କ ତିହିଡି ବ୍ଲକ ପ୍ରତିନିଧି ସୀତାକାନ୍ତ ନାୟକ, ଧୀରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ବସନ୍ତ ମହାପାତ୍ର, ସଚ୍ଚିକାନ୍ତ ନାୟକ, ମନୋଜ ପାଣିଗ୍ରାହୀ, ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ ଓ ବିସ୍ମୟ ବିହାରୀ ସାହୁ, କୈଳାସ ବେହେରା, ଜୟକୃଷ୍ଣ ସେଠୀ, ପ୍ରତାପ ଜେନା, ଶୁଭମ ସାର୍ଥକ ଜେନା, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ, ନୀଳମଣି ସାବତ, ସୁଶାନ୍ତ ଯତି ପ୍ରମୁଖ ଏବଂ ତିହିଡି ଅଞ୍ଚଳର ବହୁ ସାମାଜିକ ସଂଗଠନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

