ତିହିଡି଼ – ମଦ ପିଇବାକୁ ଟଙ୍କା ନଦେବାରୁ ବିଜେପି ମଣ୍ଡଳ ସଭାପତି କେଶବ ବେହେରାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାରେ ସଭାପତି ଶ୍ରୀ ବେହେରାଙ୍କ ସାଙ୍ଗ ଗଣେଶ କର ମଧ୍ୟ ଆହତ ହୋଇ ଚିକିତ୍ସିତ ହୋଇଥିବା ଜଣା ଯାଇଛି। ସୋମବାର ରାତି ୧୦-୩୦ ଘଟକା ବେଳେ ହୋଇଛି। ଆକ୍ରମଣରେ ବିଜେପି ସାହାଡ଼ାଶୁଣି ମଣ୍ଡଳ ସଭାପତି ତିହିଡି଼ ଗ୍ରାମର କେଶବ ବେହେରା ଓ ତାଙ୍କ ସାଙ୍ଗ ଗଣେଶ କରଙ୍କ ଉପରେ ଆକ୍ରମଣ ହୋଉଥିବା ଜଣା ଯାଇଛି। ଘଟଣା ପରେ କେଶବ ଓ ଗଣେଶ ତିହିଡି଼ ଥାନାରେ ପୃଥକ ଅଭିଯୋଗ କରିବା ପରେ ପୋଲିସ ୪୦/୨୬ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତିl ଅଭିଯୋଗରୁ ଜଣାଯାଇଛି ଯେ ,କେଶବ ଓ ଗଣେଶ ସ୍ଥାନୀୟ କାଳୀପଡ଼ିଆରେ ଚାଲିଥିବା ମହୋତ୍ସବ ଦେଖି ଫେରୁଥିଲେ l ସେହି ସମୟରେ ପାଟଣାସାହି ଓ ବଉଳପାଳ ଗ୍ରାମର ୨ ଜଣ ଯୁବକ ତାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ l ଟଙ୍କା ନଦେବାରୁ ସେମାନେ କେଶବ ଓ ଗଣେଶଙ୍କୁ ଏକ ଲୁହା ରଡ଼ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ l ଉଭୟଙ୍କ ଚିତ୍କାର ଶୁଣି କିଛି ଲୋକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗରେ ଦର୍ଶା ଯାଇଛି l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

