ତିହିଡି, ୦୩.୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ବନ୍ୟା ବିପର୍ଯ୍ୟୟରେ ଚାଷୀର ଫସଲ କ୍ଷୟକ୍ଷତିକୁ ପ୍ରଶାସନିକ ଅବହେଳା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛନ୍ତି । ସଂଗଠନର ବ୍ଲକ ସଂଯୋଗଜକ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଖରିଫ୍ ଋତୁରେ ବନ୍ୟାରେ ଉଜୁଡି ଯାଇଥିବା ଫସଲ ସମ୍ବଦ୍ଧୀୟ କ୍ଷୟକ୍ଷତି ସମ୍ପର୍କରେ ଗତ ତା ୧୨.୦୮.୨୬ରିଖରେ ଦାବିପତ୍ର ପ୍ରଦାନ କରା ଯାଇଥିଲା । ମାତ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଧାର୍ଯ୍ୟ ହୋଇଥିବା କ୍ଷୟକ୍ଷତିକୁ ଅନିୟମିତତାରେ ରାଜସ୍ୱ ଅଧିକାରୀ ହେକ୍ଟର ପିଛା ୮ ହଜାର ୫ ଶହ ଟଙ୍କା ବଦଳରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ମାତ୍ର ଆସି ହେକ୍ଟର ପିଛା ୨ ହଜାର ୫ ଶହ ଟଙ୍କା ଆସିଥିବା ବେଳେ ବହୁ ଚାଷୀ ସେଥିରୁ ବଂଚିତ ମଧ୍ୟ ହୋଇଛନ୍ତି । ଏହି ତହସିଲ ଅଧିନ ଯଶିପୁର, ଜଳେଶ୍ୱରପୁର, ମାଧପୁର, ଘଟପୁର, ନାଲଗୁଣ୍ଡା, ମଉସୁଧା, ଭୂଇଁବୃତ୍ତି, ତେନ୍ତୁଳିଡିହ, ନାନ୍ଦପୁର, ଆରଡି, ସୁନ୍ଦରପୁର, ଭାଟପଡା, ମହୁଲିଆ, ଓସ୍ତିଆ ଓ ଖେରଙ୍ଗ ପଞ୍ଚାୟତ ଅଧିନ ରାଜସ୍ୱ ଗ୍ରାମର ଶତାଧିକ ଚାଷୀ ନବନିର୍ମାଣ କୃଷକ ସଂଗଠନର ସଂଯୋଜକଙ୍କ ଦ୍ୱାରା ପୂନଶ୍ଚ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କୃଷି ସମ୍ବଦ୍ଧୀୟ ଋଣ ଛାଡ, ବିଦ୍ୟୁତ୍ ବିଲ୍ ଛାଡ, ବାର୍ଦ୍ଧକ୍ୟ, ବିଧବା ଭତ୍ତାକୁ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତା କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି । ପ୍ରଶାସନ ସ୍ତରରେ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମି ଦିନରେ ଚାଷୀ ଆନ୍ଦୋଳନର ଦାନା ବାନ୍ଧିବ ବୋଲି ଚେତାବନି ଦିଆ ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

