ତିହିଡି- ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ
ମଙ୍ଗରାଜପୁର ଛକ ନିକଟରୁ ବିପୁଳ ପରିମାଣର ବେଆଇନ ଭାବେ ବିକ୍ରି ହେଉଥିବା ବାଣ ଜବତ ହୋଇଛି। ଏହି ଘଟଣାରେ ପୋଲିସ ବିଭୂତିପୁର ଗ୍ରାମର ହୃଦାନନ୍ଦ ବଳଙ୍କ ପୁଅ ଜ୍ୟୋତିରଞ୍ଜନ ବଳଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ, ଗତ ତା ୦୨.୧୧.୨୬ରିଖ ରାତି ପ୍ରାୟ ୦୭:୪୫ ମିନିଟ୍ ସମୟରେ ମଙ୍ଗରାଜପୁର ଛକ ନିକଟକରେ ବେଆଇନ ଭାବେ ବାଣ ରଖା ଯାଇଥିବା ନେଇ ଏଏସଆଇ ଡି. ଟୁଡୁ ସୂଚନା ପାଇବା ପରେ ଚଢ଼ାଉ କରିଥିଲେ। ଏହାପରେ ରାତି ୧୧:୪୮ ମିନିଟ୍ରେ ପୋଲିସ ଥାନାରେ କେସ୍ ନଂ-୪୫୭/୨୦୨୬ ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ପୋଲିସ ବିପଜ୍ଜନକ ସାମଗ୍ରୀର ଅସାବଧାନ ବ୍ୟବହାର ଓ ଜନସାଧାରଣଙ୍କ ସୁରକ୍ଷାକୁ ବିପନ୍ନ କରିବା ଅଭିଯୋଗରେ ବି ଏନ ଏସ ଧାରା ୨୮୮/ ୧୨୫, ବିସ୍ଫୋରକ ଆଇନର ଧାରା ୯(ବି) ଏବଂ ଓଡ଼ିଶା ଆତସବାଜି ଓ ଲାଉଡ ସ୍ପିକର ଆଇନର ଧାରା ୫ ଅନୁଯାୟୀ ମାମଲା ପଞ୍ଜୀକୃତ କରିଛି। ଘଟଣାର ଅଧିକ ତଦନ୍ତ ଏଏସଆଇ ଏଲ୍. ମାରାଣ୍ଡି କରୁଥିବା ଜଣା ଯାଇଛି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

