ନବରଙ୍ଗପୁର ତା :- ୦୩-୦୧-୨୦୨୬ ରିଖ – ନବରଙ୍ଗପୁର ପୌରପାଳିକା କଲୋନୀ ବାସିନ୍ଦା ମୁକୁନ୍ଦ ଜାନି ଏବଂ ଶ୍ରୀମତୀ ଲଣ୍ଡାଇ ଜାନି ଉଭୟ ସମ୍ପର୍କରେ ସ୍ଵାମୀ ସ୍ତ୍ରୀ ଗତ ୦୩-୧୦-୨୦୨୫ ତାରିଖରେ ନବରଙ୍ଗପୁର ଠାରୁ ପାପଡାହାଣ୍ଡି ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥ-୨୬ ତାରାଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲେ | ତାଙ୍କ ପରିବାର ବହୁତ ଗରିବ ଶ୍ରେଣୀର, ତାଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ସୁଦୃଢ ନୁହେଁ, ପରିବାର ପୋଷଣ ଏବଂ ଜୀବନ ଜୀବିକା ସକାଶେ ତାଙ୍କୁ ଅର୍ଥ ର ଅବଶ୍ୟକତା ରହିଥିଲା | ଏହାକୁ ଉପଲବ୍ଧି କରି ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରି ଶଙ୍କର ମାଝି, ମୃତ ମୁକୁନ୍ଦ ଜାନିଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଆର୍ଥିକ ସାହାଯ୍ୟ ପାଣ୍ଠି (CMRF) ତରଫରୁ ୮,୦୦,୦୦୦/- (ଆଠ ଲକ୍ଷ) ଟଙ୍କା ଅନୁକମ୍ପା ମୂଳକ ରାଶି ମଞ୍ଜୁର କରିବା ସକାଶେ ଏକ ପତ୍ର ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ | ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ବର ସ୍ଵାଇଁ ତାଙ୍କ ପତ୍ର ସଂଖ୍ୟା ୧୮୫୨୩ ତାରିଖ ୦୯-୧୨-୨୦୨୫ ଜରିଆରେ ଅନୁକମ୍ପା ମୂଳକ ରାଶି ମଞ୍ଜୁର କରିବା ସକାଶେ ରାଜ୍ଯ ସରକାରଙ୍କୁ ଅନୁରୋଧ କରିଥିଲେ | ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହିତ ବିଚାର କରି, ନୂଆ ବର୍ଷ ରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ, ଲୋକ ସଭା ଭବନ, ଓଡ଼ିଶା, ଭୁବନେଶ୍ୱରଙ୍କ ପତ୍ର ସଂଖ୍ୟା ୪୫ ତାରିଖ :-୦୧-୦୧-୨୦୨୬ ପ୍ରକାରେ ଉକ୍ତ ଅନୁକମ୍ପା ମୂଳକ ରାଶି ମଞ୍ଜୁର କରି ମୃତ ପରିବାର ବର୍ଗଙ୍କୁ ୮,୦୦,୦୦୦/- (ଆଠ ଲକ୍ଷ) ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ଆର୍ଥିକ ସାହାଯ୍ୟ ପାଣ୍ଠି (CMRF) ରୁ ମଞ୍ଜୁର କରିଛନ୍ତି ବୋଲି ଜିଲ୍ଲା ଜରୁରୀ କାଳୀନ ବିଭାଗ, ନବରଙ୍ଗପୁର ଠାରୁ ପ୍ରକାଶ | ଓଡ଼ିଶା ସରକାରଙ୍କ ଏହିପରି ଉଦାର ମନୋଭାବ କୁ ମୃତ ଜାନି ପରିବାର ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରି ଶଙ୍କର ମାଝି , ରାଜ୍ୟ ସରକାର ଏବଂ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି |

