ଆଇପିଏଲରେ କେକେଆର ଦ୍ୱାରା ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ କିଣିବାକୁ ନେଇ ବିସିସିଆଇ ହସ୍ତକ୍ଷେପ କରିଛି । ଏହାରି ଭିତରେ ଭାରତୀୟ ଟିମ୍ ବାଂଲାଦେଶ ଗସ୍ତ କରିବା ନେଇ ଖେଳସୂଚୀ ଜାରି ହୋଇଛି । ଭାରତୀୟ ଦଳ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ । ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ୍ ଖେଳିବ ।
ବାଂଲାଦେଶ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦିନିକିଆ ସିରିଜ୍ ସେପ୍ଟେମ୍ବର ୧, ୩ ଏବଂ ୬ ତାରିଖରେ ଅନୁଷ୍ଠିତ ହେବ । ସେହିପରି ଟି-୨୦ ମ୍ୟାଚ୍ ସେପ୍ଟେମ୍ବର ୯, ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବ ।
ଭାରତୀୟ ଦଳ ଶେଷ ଥର ପାଇଁ ୨୦୨୨-୨୩ ରେ ବାଂଲାଦେଶ ଗସ୍ତ କରିଥିଲା, ଯେଉଁଠାରେ ଦଳ ଦିନିକିଆ ସିରିଜ ହାରିଥିଲା । ବାଂଲାଦେଶ ୨-୧ ରେ ସିରିଜ ଜିତିଥିଲା । ଭାରତ ବାଂଲାଦେଶରେ ୨୫ ଟି ମ୍ୟାଚରୁ ୧୮ ଟି ଜିତିଛି, ୬ ଟି ହାରିଛି ଏବଂ ଗୋଟିଏ ମ୍ୟାଚ ଡ୍ର ରହିଛି ।
ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ କେକେଆର କିଣିବା ପରେ ଅନେକ ବିବାଦ ଦେଖାଦେଇଥିଲା । ଭାରତୀୟମାନେ ବିରୋଧ କରିବା ସହିତ ଶାହରୁଖଙ୍କ ବିପକ୍ଷରେ ମଧ୍ୟ ବୟାନ ଆସିଥିଲା । ଏହାପରେ ବିସିସିଆଇ ହସ୍ତକ୍ଷେପ କରିବା ପରେ ଟିମରୁ ଖେଳାଳିଙ୍କୁ ରିଲିଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

