ଭେନେଜୁଏଲା : ଭେନେଜୁଏଲାର ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ । ସହରର ରଣନୈତିକ ଠିକଣା ଉପରେ ଏୟାର ଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣ ପଛରେ ଆମେରିକାର ହାତ ଥିବା ଆଶଙ୍କା କରାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ ବୟାନ ଆସିନାହିଁ ।
ତେବେ ବିସ୍ଫୋରଣ ପରେ ଅନେକ ବିଲିଡିଂରେ କରେଣ୍ଟ ନାହିଁ । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିସ୍ଫୋରଣ ସ୍ଥାନୀୟ ସମୟ ଅନୁସାରେ ରାତି ୧.୫୦ ମିନିଟରେ ହୋଇଛି । ବିସ୍ଫୋରଣ ଯୋଗୁଁ ଝରକା ସବୁ ଦୋହଲି ଯାଇଥିଲା । ବିସ୍ଫୋରଣ ପରେ ରାଜଧାନୀର ଅନେକ ଅଞ୍ଚଳ ଅନ୍ଧାର ରହିଛି ।
ବିସ୍ଫୋରଣ ପରେ ତୁରନ୍ତ ଭେନେଜୁଏଲାର ସମସ୍ତ ଏୟାରସ୍ପେସ ଖାଲି କରାଯାଇଥିଲା । ଅନେକ ବିମାନ ସୁରକ୍ଷା କାରଣରୁ ଡାଇଭର୍ଟ କରାଯାଇଛି । ଫଳରେ ଅର୍ନ୍ତଜାତୀୟ ଉଡ଼ାଣ ଉପରେ ପ୍ରଭାବ ପଡିଛି ।

