ନୂଆଦିଲ୍ଲୀ: ରନ୍ୱେ ଛାଡ଼ି ଗାଡ଼ି ଗହଳି ରାସ୍ତାରେ ଅବତରଣ କଲା ବିମାନ। ଯାନ୍ତ୍ରିକ ତ୍ରୁଟି ପରେ ଜରୁରୀକାଳିନ ଅବତରଣ ବେଳେ କାର୍ ଉପରେ ବିମାନ ଚଢ଼ିଯାଇଥିବା ଜଣାଯାଇଛି। ସୋମବାର ସନ୍ଧ୍ୟାରେ ଆମେରିକାର ଫ୍ଲୋରିଡା ରାଜ୍ୟ ମେରିଟ୍ ଦ୍ୱୀପ ନିକଟରେ ଘଟିଛି ଏହି ଘଟଣା। I-95 ରାଜପଥରେ ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଏକ ଛୋଟ ବିମାନ କାରକୁ ଧକ୍କା ଦେବା ଫଳରେ ବଡ଼ ଦୁର୍ଘଟଣା ଘଟିଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍ ବାଧ୍ୟ ହୋଇ ରାଜପଥରେ ବିମାନ ଅବତରଣ କରିଥିଲେ। କିନ୍ତୁ ଟ୍ରାଫିକ୍ ମଧ୍ୟରେ ଅବତରଣ କରିବା ସମୟରେ ବିମାନଟି ଏକ ୨୦୨୩ ମଡେଲ ଟୟୋଟା କାର ସହିତ ଧକ୍କା ହୋଇଥିଲା।

