ବ୍ରହ୍ମପୁର : ଆୟୁଷ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । ବ୍ରହ୍ମପୁରରେ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ବେଳେ ଦୁଇ ଛାତ୍ର ଗୁରୁତର । ୮ ଦଫା ଦାବି ନେଇ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଆମରଣ ଅନଶନ କରୁଛନ୍ତି ଛାତ୍ରଛାତ୍ରୀ । ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜର ଛାତ୍ରଛାତ୍ରୀ ମଧ୍ୟ ଅନଶନ କରିଛନ୍ତି । ଆନ୍ଦୋଳନ ଚାଲିଥିବା ବେଳେ ଦୁଇଜଣ ଛାତ୍ର ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦାବିପୂରଣ ନହେବା ଯାଏ ଆମରଣ ଅନଶନ ଚାଲିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ନୂତନ ଆୟୁଷ ମେଡିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡି ପାଠ୍ୟକ୍ରମ ସିଟ୍ ବୃଦ୍ଧି, ହାଉସ୍ ସର୍ଜନଙ୍କ ଡାଇନାମିକ୍ ଭତ୍ତା ବୃଦ୍ଧି ଭଳି ୮ ଦଫା ଦାବି ରହିଛି ।

