ରାଜ୍ୟ

ହାଡ଼ ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ, ୫ଡିଗ୍ରୀକୁ ଖସିଲା ପାରଦ

Spread the love

କରଞ୍ଜିଆ: ଖସୁଛି ପାରଦ, ବଢୁଛି ଶୀତ ।  ରାଜ୍ୟର ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିଛି ।  କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଲେଉଟିଛି ।  ଆସନ୍ତା ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି ।  ହାଡ଼ ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ ।  ୫ଡିଗ୍ରୀକୁ ଖସିଲା ପାରଦ। ପ୍ରବଳ ଶୀତ ସାଙ୍ଗ ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟବସ୍ତ ।

ବିଶେଷକରି ଶିମିଳିପାଳ ପାଦଦେଶରେ ଥିବା ଗାଁ ଗୁଡିକରେ ପ୍ରବଳ ଜାଡ ଅନୁଭୂତ ହେଉଛି ।  ଆଜି ଉପର ବାରାକାମୁଡାରେ ତାପମାତ୍ରା ୫ଡିଗ୍ରୀ ଥିବାବେଳେ ଚହଲାରେ ୭ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଘରୁ ବାହାରକୁ ବାହାରିବା ମୁସକିଲ୍ ହୋଇପଡଉଚି ।  କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଶୀତ ତା ସାଙ୍ଗକୁ ଘନ କୁହୁଡ଼ି । ୧୨ ଡିଗ୍ରୀ ତଳେ ରହିଛି ତାପମାତ୍ରା ।  ଅଧିକ ସୂଚନା ଦେଉଛନ୍ତି କନ୍ଧମାଳ ରିପୋର୍ଟର ଶିବ ବିଶ୍ବାଳ ।

Leave a Reply

Your email address will not be published. Required fields are marked *