ରାଜ୍ୟ

କୋଣାର୍କ ନୃତ୍ୟ ଉତ୍ସବରେ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ ଅଭିଯୋଗ

Spread the love

କୋଣାର୍କ: ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ ‘କୋଣାର୍କ ନୃତ୍ୟ ଉତ୍ସବ’ରେ ଅତିଥିମାନଙ୍କୁ ପରଷା ଯାଉଛି ନିମ୍ନମାନର ଖାଦ୍ୟ। ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଖାଦ୍ୟ। ଏନେଇ ଅଭିଯୋଗ ଆସିଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

କୋଣାର୍କରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ୫ ଦିନିଆ ୩୬ ତମ କୋଣାର୍କ ନୃତ୍ୟ ଉତ୍ସବ ଏବେ ଏକ ପ୍ରହସନରେ ପରିଣତ ହୋଇଛି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଗତିଶୀଳ କରିବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। କିନ୍ତୁ ଖୋଦ ପର୍ଯ୍ୟଟନ ବିଭାଗର କେତେକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହା ଏବେ ପ୍ରହସନରେ ପରିଣତ ହୋଇ ନିନ୍ଦିତ ହେଉଛି ।

Leave a Reply

Your email address will not be published. Required fields are marked *