ରାଜ୍ୟ

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳ ସାର୍କ, ଲାଗିଛି ଲୋକଙ୍କ ଗହଳି

Spread the love

ଜଳେଶ୍ବର: ଜାଲରେ ପଡିଲା ୫୦ କ୍ବିଣ୍ଟାଲରୁ ଅଧିକ ଓଜନର ମାଛ ।  ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳ ସାର୍କ ।  ଏହାର ଲମ୍ବ ପ୍ରାୟ ୩୦ ଫୁଟରୁ ଅଧିକ ହେବ ।  ଭୋଗରାଇ ବ୍ଲକ ସାହାବାଜିପୁର ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛଟି ଜାଲରେ ଲାଗିଥିଲା । ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ  । ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି ।

Leave a Reply

Your email address will not be published. Required fields are marked *