ଆଜି ସଂସଦରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଠାଇଛନ୍ତି ଐତିହାସିକ ଜଳପଥ (ପୂର୍ବ ତଟ କେନାଲ) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
ଆଜି ସଂସଦରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଐତିହାସିକ ଜଳପଥ (ପୂର୍ବ ତଟ କେନାଲ) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଏହାର ଅବହେଳା ଯୋଗୁଁ ବ୍ୟାପକ ପଙ୍କ ଜମା ହୋଇଛି, ଜଳସେଚନ ବାଧାପ୍ରାପ୍ତ ହୋଇଛି ଏବଂ ସ୍ଥାନୀୟ ଚାଷଜମି ପ୍ରଭାବିତ ହୋଇଛି। ପୂର୍ବ ତଟ କେନାଲର ପୁନରୁଦ୍ଧାର କେବଳ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ନୁହେଁ ବରଂ ଆମ ଅଞ୍ଚଳରେ ପରିବହନ ଉନ୍ନତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଏହାର ପୁନରୁଦ୍ଧାର ପାଇଁ ପ୍ରାଥମିକ ଆକଳନ ସରିଥିଲେ ହେଁ ପରବର୍ତ୍ତୀ କାର୍ଯ୍ୟରେ ଅଗ୍ରଗତି ଆସୁନଥିବାରୁ ସାଂସଦ ଉଦ୍ବେଗ ପ୍ରକାଶ କରିଛନ୍ତି।