ତିହିଡି- ସର୍ପାଘାତରେ ମୃତ ସସ୍ତ୍ରୀକଙ୍କ ପରିବାରକୁ ପ୍ରଦେଶ ସେବା ସଂଗଠନର ସହାୟତା। ଗୋଟିଏ ଜୁଇରେ ସିନା ଶୋଇଗଲେ ସ୍ୱାମୀ-ସ୍ତ୍ରୀ ସତେଯେମିତି ଯୋଜନା ବଦ୍ବୃଦ୍ଧଥିଲା।କିନ୍ତୁ ବାପା-ମାଆ ଛେଉଣ୍ଡ ହୋଇଗଲେ ଭାଇ -ଭଉଣୀ ଓ ନିରାଶ ହୋଇଗଲେ ବୃଦ୍ଧ କାଳେ ପୁଅ-ବୋହୂଙ୍କୁ ଜୀବନର ରାହା ଭାବୁଥିବା ବୃଦ୍ଧ ବାପା ମାଆ। ଏପରି
ଅସମୟରେ ସେମାନଙ୍କ ଦୁଃଖକୁ ନିଜର କରି ଆପଣେଇ ନେଲା ଅସହାୟଙ୍କ ଆଶାର ବାଡ଼ି ପ୍ରଦେଶ ସେବା ସଂଗଠନ। ସତେକି ଏ ଦୁନିଆ ତାଙ୍କୁ ଏକାଠି ଏଠି ରହିବାର ଖୁସି ସହି ପାରୁନଥିଲା। ସେଥିପାଇଁ ଗୋଟିଏ ଜୁଇରେ ଶୋଇଗଲେ ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ଦମ୍ପତ୍ତି ପ୍ରମିଳା ଓ ପରମାନନ୍ଦ। ଦୁଇ ଦିନରେ ଦୁଇଜଣଙ୍କ ସାପ କାମୁଡାରେ ମୃତ୍ୟୁକୁ ଅଞ୍ଚଳ ବାସୀ ଗ୍ରହଣ କରି ପାରୁ ନାହାନ୍ତି। ୭୫ବର୍ଷୀୟ ଦମ୍ପତି ନିଜ ପୁଅ-ବୋହୁଙ୍କୁ ହରାଇ ପରିଣତ ବୟସରେ ବେସାହାରା ହୋଇଯିବା ସହ ୧୯ ବର୍ଷୀୟ ଝିଅ ଓ ୧୪ ବର୍ଷୀୟ ପୁଅ ମଧ୍ୟ ବାପା-ମାଆ ଛେଉଣ୍ଡ ହୋଇଯିବା ସହ ବଞ୍ଚିବାର ରାହା ଖୋଜୁଛନ୍ତି। ଏଭଳି ଏକ ଅସହାୟ ପରିବାରକୁ ବଞ୍ଚିବାର ରାହା ଦେବା ପାଇଁ ଆପଣେଇ ନେଇଛି ଆପଣଙ୍କ ପ୍ରିୟ, ଅସହାୟଙ୍କ ଆଶାର ବାଡ଼ି “ପ୍ରଦେଶ ସେବା ସଂଗଠନ।” ସଂଗଠନର ବଡ଼ କାର୍ଯ୍ୟକ୍ରମ ମାସିକ ରାସନ କାର୍ଯ୍ୟକ୍ରମରେ ଏ ଅସହାୟ ପରିବାରକୁ ଯୋଗ କରିବା ସହ ଯେପର୍ଯ୍ୟନ୍ତ ସରକାରୀ ସହଯୋଗ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ନମିଳିଛି ସେ ପର୍ଯ୍ୟନ୍ତ ଆମେ ତାଙ୍କ ଦୁଃଖ ସମୟରେ ଠିଆ ହେବୁ। ତତସହ କୌଣସି କ୍ଷେତ୍ରରେ ସାଂଗଠନିକ ସହଯୋଗ କରାଯିବ ଭୋଲି କହିଛନ୍ତି।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

