ବାଲେଶ୍ୱର : ଜଣେ ନିର୍ମାଣ ଶ୍ରମିକ କାର୍ଡ ପଞ୍ଜିକୃତ କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି l ମିଳିଥିବା ସୂଚନା ଅନୁଯାୟୀ ଜଣେ ନିର୍ମାଣ ଶ୍ରମିକ କାର୍ଡ ଟିଏ କରିବାକୁ ହେଲେ ପ୍ରଥମେ ନିଜକୁ ଶ୍ରମିକ ବୋଲି ପ୍ରମାଣିତ କରିବାକୁ ପଡିଥାଏ l ଯଦିଓ ସରକାରୀ ସ୍ତରରେ କାର୍ଯ୍ୟାଳୟ ପକ୍ଷରୁ ଏହାର ଯାଞ୍ଚ କରିବା କଥା ହେଲେ ଅନେକ ସମୟରେ ଏହା ସମ୍ଭବପର ହୋଇ ପାରି ନଥାଏ l ଏପରିସ୍ଥଳେ ପଞ୍ଜିକୃତ ଶ୍ରମିକ ସଂଗଠନ ମାନଙ୍କର ଭୂମିକା ବେଶ ଗୁରୁତ୍ୱପୁର୍ଣ ରହିଥାଏ, ଶ୍ରମିକ ସଂଗଠନର କର୍ମକର୍ତ୍ତା ମାନେ ଉକ୍ତ ଶ୍ରମିକକୁ ନିଜ ଦସ୍ତଖତ ପ୍ରଦାନ ଦ୍ୱାରା ତାହାକୁ ଜଣେ ଶ୍ରମିକ ବୋଲି ପ୍ରମାଣିତ କରିଥାନ୍ତି ଏପରିକି ଯଦି ଭୁଲ ଦସ୍ତାବିଜ ଦାଖଲ କରିଥାନ୍ତି ଏବଂ ଯାଞ୍ଚରେ ତାହା ପ୍ରମାଣିତ ହୁଏ ତେବେ ତାଙ୍କର ପଞ୍ଜିକୃତ ବାତିଲ ହେବା ସହ ଆଇନ ଅନୁଯାୟୀ ଦଣ୍ଡିତ ହେବାର ପ୍ରବିଧାନ ସହ ସରକାରଙ୍କ ଠାରେ ଉତ୍ତରଦାୟୀ ହେବାକୁ ସ୍ଥିରୀକୃତ କରାଯାଇଛି l ହେଲେ ବର୍ତ୍ତମାନ ସ୍ଥିତିରେ ସରକାର ଶ୍ରମିକ ମାନଙ୍କ ସୁବିଧା ନିମନ୍ତେ ଅନଲାଇନର ବ୍ୟବସ୍ଥା ଲାଗୁ କରିଛନ୍ତି l ଏହାକୁ ଶ୍ରମିକ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଉଥିବା ବେଳେ l ଅନଲାଇନର ସହାୟତା ନେଇ ଅନେକ ଅଣଶ୍ରମିକ ଏବଂ ଦଲାଲ ଶ୍ରେଣୀର ବ୍ୟକ୍ତି ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଛନ୍ତି ଯାହାଦ୍ୱାରା ଶ୍ରମକର୍ଯ୍ୟାଳୟ ଓ ଅଧିକାରୀମାନେ ବଦନାମ ହେବା ସହ ଶ୍ରମିକ ସଂଗଠନ ମଧ୍ୟ କଳଙ୍କ ମୁଣ୍ଡାଉଛନ୍ତି l ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଦିଓ ପଞ୍ଜିକୃତ ଶ୍ରମିକ ସଂଗଠନ ଶ୍ରମିକ ଶ୍ରେଣୀଙ୍କୁ ପରିଚୟ ପ୍ରଦାନ କରିବାର ପ୍ରମୁଖ ଗୁରୁତ୍ୱ ବହନ କରୁଥିବା ବେଳେ ବାଲେଶ୍ୱର ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି l ଏପରି ସ୍ଥଳେ ଦଲାଲଙ୍କ ପାଦ୍ରୁଭାବ ବଢୁଥିବା ବେଳେ ପ୍ରକୃତ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ରହୁଛନ୍ତି l
ଆଗାମୀ ଦିନରେ ଶ୍ରମିକ କାର୍ଡ ପଞ୍ଚିକୃତରେ ପଞ୍ଜିକୃତ ଶ୍ରମିକ ସଂଗଠନ ମାନଙ୍କ ଗୁରତ୍ୱକୁ ପ୍ରାଧାନ୍ୟ ନଦେଲେ ଦଲାଲ ଓ ଅଣ ଶ୍ରମିକଙ୍କୁ ରୋକିବା ସହ ଜାଲିଆତି ଉପରେ ରୋକ ଲଗାଇବା ଅସମ୍ଭବ ହୋଇପଡିବ l

